CRIMEodisha

ଦୁର୍ବୃତ୍ତ ଯୁବକଙ୍କୁ ଆକ୍ରମଣ କରି କଲେ ଲହୁଲୁହାଣ !

Spread the love

ପୁରୀ : ପୁରୀରେ ଆତଙ୍କରାଜ ଚଳାଇଲେ ଦୁର୍ବୃତ୍ତ  ।  ଜଣେ ଯୁବକଙ୍କୁ ଅମାନୁଷିକ ଭାବେ ଆକ୍ରମଣ କରି ଲହୁଲୁହାଣ କଲେ ଦୁର୍ବୃତ୍ତ। ଗୁରୁତର ଯୁବକ ହେଲେ ଅଙ୍କିପାଟଣାର ବାବୁ ବରାଳ। ତାଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି । ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରୁଥିବା ବେଳର ଭିଡିଓ ଭାଇରାଲ ହେଉଛି ।  ବୁଧିଆବର ଛକ କଳଘର ନିକଟରେ କିଛି ଦୁର୍ବୃତ୍ତ ଯୁବକଙ୍କ ଦୁଇ ଗୋଡ ଓ ହାତକୁ ଲୁହା ପାଇପରେ ଆକ୍ରମଣ କରିଛନ୍ତି । ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ କରିଥିବା ଜଣାପଡିଛି ।  ଏନେଇ ସଦର ଥାନାରେ ଅଭିଯୋଗ କରିଛନ୍ତି ଯୁବକଙ୍କ ପତ୍ନୀ ।  ତଦନ୍ତ କରି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *