ରାଶିଫଳ

ଆଜିର ରାଶିଫଳ

Spread the love

ମେଷ: ଇଜିନିୟର୍ସଙ୍କ ପାଇଁ ଦିନଟି ଭଲ। କାମ ପ୍ରତି ଏକାଗ୍ରତା ଓ ନିଷ୍ଠା ବଢ଼ିବ। ପ୍ରିୟଜନଙ୍କ ସହ ଜିନିଷ କିଣିବାକୁ ଯିବେ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ ।

ବୃଷ: ଅଫିସରେ ଆପଣଙ୍କ କାମର ଲୋକେ ପ୍ରଶଂସା କରିବେ । ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ । ପ୍ରିୟଜନଙ୍କ ସହିତ ବାହାରକୁ ବୁଲି ଯିବେ । ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ ।

ମିଥୁନ: ପରିବାର ସହିତ ବାହାରକୁ ବୁଲି ଯାଇପାରନ୍ତି । ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ । ଆପଣଙ୍କର ସକାରାତ୍ମକ ମାନସିକତା ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ଆଣିଦେବ ।

କର୍କଟ: ଆପଣଙ୍କ ଦାମ୍ପତ୍ୟ ଜୀବନରେ ଉତ୍ସାହର ବାତାବରଣ ରହିବ। ପନିପରିବା ଓ ଫଳ କାରବାରରେ ଆୟ ବଢ଼ିବ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କର ଭାବନାକୁ ସମ୍ମାନ କରିବେ।

ସିଂହ: ଆପଣଙ୍କ ଲାଗି କୌଣସି ଭଲ ଜାଗାରେ ଚାକିରିର ପ୍ରସ୍ତାବ ଆସିପାରେ। ନୂଆ ବ୍ୟବସାୟ କରିବା ଲାଗି ଉତ୍ସୁକ ହୋଇପାରନ୍ତି । ଆପଣଙ୍କର ପଦ ପ୍ରତିଷ୍ଠା ବୃଦ୍ଧି ହେବ । ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ।

କନ୍ୟା: ଶରୀର ସୁସ୍ଥ ଓ ସତେଜ ରହିବ । କଳାକ୍ଷେତ୍ରରେ ଆପଣଙ୍କର ରୁଚି ବଢ଼ିବ । ଜୀବନସାଥୀ ଆପଣଙ୍କୁ ଖୁସି ହେବାର ମାଧ୍ୟମ ଦେବେ ।

ତୁଳା: ପ୍ରସାଧନ ବ୍ୟବସାୟୀଙ୍କର ବିକ୍ରୀ ବଢ଼ିବ। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଦରକାର। ବଡ଼ଙ୍କର ପରାମର୍ଶ କାର୍ଯ୍ୟକ୍ଷେତ୍ରରେ ମାର୍ଗଦର୍ଶକ କରିବ । ଶତ୍ରୁଙ୍କୁ ପରାସ୍ତ କରିବେ ।

ବିଛା: ଆପଣଙ୍କ କାମରେ ମନ ଲାଗିବ । ଦାମ୍ପତ୍ୟ ଜୀବନରେ କୌଣସି ଖୁସି ଖବର ପାଇବେ । କାର୍ଯ୍ୟକ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ । ପ୍ରେମୀ ଯୁଗଳ ନିଜ ସମ୍ବନ୍ଧର କଥା ଘର ଲୋକଙ୍କୁ କହିବେ ।

ଧନୁ: ଘରର ଦାୟିତ୍ବକୁ ଭଲଭାବେ ବୁଝି ପାରିବେ । ପରିବାର ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ । ଧନଲାଭ ଯୋଗ ଅଛି । ଅଫିସରେ ଆପଣଙ୍କ କାର୍ଯ୍ୟର ଧ୍ୟାନ ଦିଅନ୍ତୁ।

ମକର: ଅଫିସ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିପାରିବେ । ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ । ପରିଜନଙ୍କ ଠାରୁ କୌଣସି କାମରେ ସାହାଯ୍ୟ ପାଇବେ । ବ୍ୟବସାୟରେ ଭଲ ଲାଭ ହେବ ।

କୁମ୍ଭ: ଆପଣଙ୍କୁ ବନ୍ଧୁ ମାଧ୍ୟମରେ ଭଲ ଚାକିରି ମିଳିବ । ତେଜରାତି ଦୋକାନୀଙ୍କର ଭଲ ଲାଭ ହେବ । ଆପଣ ଅନ୍ୟମାନଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବେ । ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ ବଢ଼ିବ ।

ମୀନ: ଅଫିସ କାମରେ ଉପରିସ୍ଥ କର୍ମଚାରୀ ପ୍ରଶଂସା କରିବେ । ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ସମ୍ମାନିତ କରାଯିବ । ଶିକ୍ଷକ କୌଣସି ବିଷୟରେ ବିଦ୍ୟାର୍ଥୀଙ୍କୁ ବୁଝାଇବାରେ ସଫଳ ରହିବେ । ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯିବେ ।

Leave a Reply

Your email address will not be published. Required fields are marked *