ଡିଜିପି ସମ୍ମିଳନୀ ପାଇଁ ଟ୍ରାଫିକ କଟକଣା
ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ୩ ଦିନିଆ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ତିନି ଦିନ ଧରି ଲୋକସେବା ଭବନରେ ଏହି ସମ୍ମିଳନୀ ଚାଲିବ । ଡିଜିପି ସମ୍ମିଳନୀ ପାଇଁ କଡ଼ା ସୁରକ୍ଷା ବଳୟରେ ରହିଛି ରାଜଧାନୀ । ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ପାଇଁ ବ୍ୟାପକ ବ୍ୟବସ୍ଥା କରିଛି କମିସନରେଟ୍ ପୋଲିସ ।ଭିଭିଆଇପିଙ୍କ ଗସ୍ତକୁ ନେଇ ରାସ୍ତାରେ ଯାନବାହାନ ଚଳାଚଳା ଉପରେ କଟକଣା କରାଯାଇଛି । ବିଶେଷକରି ଏୟାରପୋର୍ଟ ଛକରୁ ପିଏମ୍ ଛକ, ରାଜଭବନ ଛକରେ ଟ୍ରାଫିକ କଟକଣା ଜାରି ହୋଇଛି ।ସେହିପରି ୩ ଦିନ ପାଇଁ ମୋ-ବସ୍ ଚଳାଚଳ ନେଇ କଟକଣା ଜାରି କରାଯାଇଛି ।
