ରାଜ୍ୟ

କାର୍ ରୁ ବିପୁଳ ପରିମାଣର ରୂପା ଜବତ

Spread the love

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ କାର୍ ରୁ ବିପୁଳ ପରିମାଣର ରୂପା ଜବତ ହୋଇଛି । ଜିଏସ୍‌ଟି ଫାଙ୍କିବା ଅଭିଯୋଗରେ ବ୍ରହ୍ମପୁରରୁ କୋଲକାତାକୁ ଚାଲାଣ ବେଳେ ଧରିଲା ଖଲ୍ଲିକୋଟ ପୋଲିସ । କାର୍ ରୁ ୮୮ କେଜି ରୂପା ଇଟା ଜବତ କରିଛି ପୋଲିସ । ଜବତ ରୂପା ଇଟାର ଆନୁମାନିକ ମୂଲ୍ୟ ୩୨ ଲକ୍ଷ ଟଙ୍କା ହେବ । ଏହା ସହ ନଗଦ ୫ ଲକ୍ଷ ୪୬ ହଜାର ୬ ଶହ ଟଙ୍କା ଜବତ ହୋଇଛି । ଏହି ଘଟଣାରେ ୨ ଜଣ ଅଟକ ରହିଛନ୍ତି । ତେବେ ଏହା କେଉଁଠୁ ଆସିଲା ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ ।

 

 

Leave a Reply

Your email address will not be published. Required fields are marked *