ଜାତୀୟ ଶିକ୍ଷାନୀତି ଲାଗୁ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି
ଆଜିଠୁ ୩ ଦିନ ଧରି ଚାଲିବ କର୍ମଶାଳା । ଲୋକସେବାଭବନରେ ଆୟୋଜିତ ହୋଇଛି କର୍ମଶାଳା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ରହିବେ ।
ଏହା ସହ ଅନେକ ଶିକ୍ଷାବିତ ଏବଂ ଭାରତ ସରକାରଙ୍କ ଅଧୀନସ୍ଥ ଅନେକ ଶିକ୍ଷା ଅଧିକାରୀ ଉପସ୍ଥିତ ରହିବେ। ଆସନ୍ତାକାଲି ଓ ୨୩ ତାରିଖରେ ଗ୍ରୁପ ଡିସକସନ ହେବ। ୨୦୨୦ ଲାଗୁ କରିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଆସନ୍ତା ଶିକ୍ଷା ବର୍ଷରେ ସ୍କୁଲ ସ୍ତରରେ ଏହାକୁ ଲାଗୁ କରିବାକୁ କିଛି ଦିନ ତଳେ ବିଜ୍ଞପ୍ତି ପ୍ରକାଶ କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏହାର ସିଲାବସ ପ୍ରସ୍ତୁତ ପାଇଁ ୧୭ ଜଣିଆ ଷ୍ଟିଆରିଂ କମିଟି ଗଠନ ହୋଇଛି । ଗତକାଲି ଏହାର ମାର୍ଗଦର୍ଶିକା ଜାରି କରିଛନ୍ତି ସରକାର ।ଅନ୍ୟପଟେ ଏଣିକି ପିଲାଙ୍କୁ ୬ ବର୍ଷ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେ ଅଭିଭାବକ । ଏ ନେଇ ରାଜ୍ୟ ସରକାର ସୋମବାର ନୂଆ ବିଜ୍ଞପ୍ତି ଜାରି କରିଛନ୍ତି ।

