ଶିରୁଳି ମହାବୀର ମନ୍ଦିରରୁ ଚୋରି
ପୁରୀ ଶିରୁଳି ମହାବୀର ମନ୍ଦିରରୁ ଚୋରି । ଲୁଟେରାମାନେ ପ୍ରସ୍ଥାନ ପଟେ ଲୁହା ଗେଟ କାଟି ମନ୍ଦିରରେ ପ୍ରବେଶ ପରେ ଲୁଟ କରିଥିବା ଜଣାପଡ଼ିଛି । ଲୁଟେରାମାନେ ଦାନବାକ୍ସ ସହ ମନ୍ଦିରରୁ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଦାନବାକ୍ସରେ ଲକ୍ଷାଧିକ ଟଙ୍କା ଥିବା ମନ୍ଦିର କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ଚୋରିବେଳେ ଗାଁର ବିଦ୍ୟୁତ କାଟିବା ସହ ସିସିଟିଭି ତାର କାଟିଥିଲେ ଲୁଟେରା । ପ୍ରସ୍ଥାନ ପଟେ ଲୁହା ଗେଟ କାଟି ସେମାନେ ମନ୍ଦିରରେ ପ୍ରବେଶ କରିଥିଲେ । ଘଟଣାସ୍ଥଳରେ ଚନ୍ଦନପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

