ରାଜ୍ୟ

ଆଜି ହଂସପାଳ ଓଭରବ୍ରିଜ୍‌ ଉଦ୍‌ଘାଟନ କରିବେ ଅପରାଜିତା ଷଡ଼ଙ୍ଗୀ

Spread the love

ଟ୍ୱିନ ସିଟି ଯାତ୍ରୀଙ୍କ ପାଇଁ ଖୁସି ଖବର । ଆଜି ଉଦ୍‌ଘାଟନ ହେବ ହଂସପାଳ ଓଭରବ୍ରିଜ୍‌ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦିନ ୧୦ ଟା ବେଳେ ଏହାକୁ ଲୋକାର୍ପଣ କରିବେ ।ହଂସପାଳ ଫ୍ଲାଏଓଭର ଖୋଲାଯିବ ପରେଟ୍ରାଫିକ୍‌ ଯନ୍ତ୍ରଣାରୁ ମୁକ୍ତି ପାଇବେ ଗାଡ଼ି ଚାଳକ । ସକାଳ ୮ଟାରୁ ଦିନ ୧ଟା ଏବଂ ସନ୍ଧ୍ୟା ୬ଟାରୁ ରାତି ୧୦ ମଧ୍ୟରେ କଟକ ପଟରୁ ଭୁବନେଶ୍ବର ଆସୁଥିବା ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । କାରଣ ହଂସପାଳ ଛକରେ ଫ୍ଲାଏଓଭର୍‌ ବ୍ରିଜ୍‌ ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁଁ ସୃଷ୍ଟି ହେଉଥିବା ଟ୍ରାଫିକ୍‌ ଜାମ୍‌ରେ ବହୁମୂଲ୍ୟ ସମୟ ଦେବାକୁ ପଡୁଥିଲା । ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ ଆମ୍ବୁଲାନ୍ସ ସାଇରନ୍‌ ବାଜିଲେ ବି ଆଗକୁ ଯିବାକୁ ବାଟ ମିଳେ ନାହିଁ । ଅନ୍ୟପଟେ ଟ୍ରାଫିକ୍‌ ସମସ୍ୟାର ମୁକାବିଲା ପାଇଁ କମିସନରେଟ୍‌ ପୋଲିସ କିଛି ଟ୍ରାଫିକ୍‌ ପୋଲିସଙ୍କୁ ନିୟୋଜିତ କରିଥିଲେ ମଧ୍ୟ ଏତେ ବଡ଼ ଟ୍ରାଫିକ୍‌ ଜାମକୁ ସମ୍ଭାଳିବା ସେମାନଙ୍କ ପକ୍ଷେ ସମ୍ଭବ ହୁଏ ନାହିଁ । ଉଭୟ ଏନ୍‌ଏଚ୍‌ଏଆଇ ଓ କମିସନରରେଟ୍‌ ପୋଲିସ ତତ୍ପରତା ନଦେଖାଇବା ସାଧାରଣ ଲୋକଙ୍କୁ ଭୀଷଣ କଷ୍ଟ ଦେଉଥିଲା କିନ୍ତୁ ଏବେ ସେଥିରୁ ଯାତ୍ରୀଙ୍କୁ ମୁକ୍ତି ମିଳିବ।

Leave a Reply

Your email address will not be published. Required fields are marked *