୪ ଦିନ ଯାଏଁ ଝଡ଼ବର୍ଷା, ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ…
ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହେବାନେଇ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଏଥିପାଇଁ ଆଜି ୫ ଜିଲ୍ଲା- ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
କମିଲା ତାତି, ଆଶ୍ବସ୍ତି ଆଣିଲା କାଳବୈଶାଖୀ । ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହେବାନେଇ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଏଥିପାଇଁ ଆଜି ୫ ଜିଲ୍ଲା- ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ମଧ୍ୟାହ୍ନ ଓ ସନ୍ଧ୍ୟା ସମୟରେ ଘଡ଼ଘଡ଼ି ବିଜୁଳି ସହିତ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ ।
ତେବେ ଆସନ୍ତା ମେ ଦୁଇ ତାରିଖ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ପରେ ତାପମାତ୍ରାରେ ୨ରୁ ୪ଡିଗ୍ରୀ ବୃଦ୍ଧି ପାଇବ ।
ସୂଚନାଯୋଗ୍ୟ,ରାଜ୍ୟରେ ପ୍ରଚଣ୍ଡ ତାତିରେ କଲବଲ ହେଉଥିଲା ଜନଜୀବନ । ତତଲା କଡ଼େଇରେ ଭାଜି ହେଉଥିଲା ସାରା ଓଡ଼ିଶା । ହେଲେ କାଳବୈଶାଖୀ ବର୍ଷା ଆଣି ଦେଇଛି ଆଶ୍ୱସ୍ତି। ଗତକାଲି ଟ୍ୱିନ ସିଟି ସହ କିଛି ଜିଲ୍ଲାରେ ବର୍ଷା ସହ ପବନ ହୋଇଥିଲା।

