ସୁଭଦ୍ରାଙ୍କୁ ନେଇ ଆସିଲା ବଡ଼ ଖବର
୨୦୨୫ ହେବ ସୁଭଦ୍ରା ଯୋଜନାର ବର୍ଷ । ୨୦୨୫ ମସିହାରେ ମାଆ ମାନଙ୍କୁ ୩ ଥର ସୁଭଦ୍ରା ଟଙ୍କା ମିଳିବ । ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୨୦୨୫ ମସିହାରେ ଚତୁର୍ଥ ପର୍ଯ୍ୟାୟ ସହ ମାର୍ଚ୍ଚ ୮ ରେ ମଧ୍ୟ ମିଳିବ ।ରକ୍ଷା ବନ୍ଧନରେ ମଧ୍ୟ ସୁଭଦ୍ରା ଟଙ୍କା ମିଳିବ । ତେଣୁ ୨୦୨୫ରେ ସୁଭଦ୍ରା ହିଁ ସୁଭଦ୍ରା ହେବ । ଜାନୁଆରୀ ପ୍ରଥମ ସପ୍ତାହରେ ପୁରା ସର୍ଭେ ସରିବ । ଆଜି ଆସିବ ଫିଲଡ଼ ରିପୋର୍ଟ । ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ। ଜାନୁଆରୀ ପ୍ରଥମ ସପ୍ତାହରେ ପୁରା ତଥ୍ୟ ସାମ୍ନାକୁ ଆସିବ

