୨୨ ଯାଏଁ ଘନ କୁହୁଡି ନେଇ ୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ
ରାଜ୍ୟରେ ଏବେ ଜାରି ରହିଛି ଶୀତର ଲହରୀ । ବିଭିନ୍ନ ସହରମାନଙ୍କରେ ଘନ କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଅନ୍ୟପଟେ ରାଜ୍ୟରେ ଆଜିଠାରୁ ରାତି ତାପମାତ୍ରା ବଢିବା ସହିତ ଶୀତର ପ୍ରକୋପ କମିବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଶୀତ କମିବା ନେଇ ସମ୍ଭାବନା ରହିଛି ।ଅନ୍ୟପଟେ ଏବେ ରାଜ୍ୟରେ ଶୀତ ପଡୁଥିବା ବେଳେ କିଛି କିଛି ସ୍ଥାନରେ ଘନ କୁହୁଡି ଦେଖାଦେଉଛି । ଏଥିପାଇଁ ଆସନ୍ତା ୨୨ ଯାଏଁ ଘନ କୁହୁଡି ନେଇ ୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଜଗତସିଂହପୁର, କଟକ, କେନ୍ଦ୍ରାପଡା, କନ୍ଧମାଳକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

