ରାଜଧାନୀରେ ‘ଆମ ସମ୍ବିଧାନ, ଆମ ସ୍ବାଭିମାନ’ ପଦଯାତ୍ର
ଜାତୀୟ ସମ୍ବିଧାନ ଦିବସ ଅବସରରେ ଆଜି ରାଜଧାନୀରେ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ଏଜି ଛକରେ ଥିବା ସମ୍ବିଧାନ ପ୍ରଣେତା ଡକ୍ଟର ବି.ଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପ୍ରଥମେ ମାଲ୍ୟାର୍ପଣ କରିଥିଲେ। ଏହାପରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ‘ଆମ ସମ୍ବିଧାନ, ଆମ ସ୍ବାଭିମାନ’ ପଦଯାତ୍ରରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ। ଏଥିରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ ଯୋଗ ଦେଇଥିଲେ। ଏଥିରେ ଏକ ହଜାରରୁ ଅଧିକ ଲୋକ ଭାଗ ନେଇଥିଲେ। ଏହି ପଦଯାତ୍ରା ଏଜି ଛକରୁ କ୍ୟାପିଟାଲ୍ ହସ୍ପିଟାଲ୍ ଯାଏ ଚାଲିଥିଲା।
