ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଚେନ୍ନାଇର ଆପୋଲ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି ଆର୍ବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ
ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଚେନ୍ନାଇର ଆପୋଲ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି ଆର୍ବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସ ଏସିଡିଟି ଅନୁଭବ କରିବା ପରେ ତାଙ୍କୁ ପର୍ଯ୍ୟବେକ୍ଷଣ ପାଇଁ ଚେନ୍ନାଇର ଆପୋଲୋ ହସ୍ପିଟାଲ୍କୁ ନିଆଯାଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ଓ ଆଗାମୀ ୨-୩ ଘଣ୍ଟା ମଧ୍ୟରେ ଡିସଚାର୍ଜ ହେବେ ବୋଲି ଡାକ୍ତର ସୂଚନା ଦେଇଛନ୍ତି।
