ଦେଶବାସୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
ଆଜି ପବିତ୍ର ଘୋଷଯାତ୍ରା। ବଡଭାଇ ଓ ଉଉଣୀଙ୍କ ସହ ବଡଦାଣ୍ଡକୁ ଓହ୍ଲାଇଆସିବେ ବଡଠାକୁର । ଏଥିପାଇଁ ଚଳଚଂଚଳ ହୋଇଛି ପୁରୀ । ରଥ ଉପରେ ଚଢ଼ି ମାଉସୀଙ୍କ ଘରକୁ ଯିବେ। ଦୀର୍ଘ ସମୟ ପର୍ଯ୍ୟନ୍ତ ରଥରେ ରହି ଭକ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିବେ।’ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଭାବେ ଭକ୍ତମୟ ହୋଇ ଉଠିଛି। ଏହି ଅବସରରେ ଟ୍ୱିଟ କରି ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାସହ ଲେଖିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉପଲକ୍ଷେ ମୁଁ ସମସ୍ତ ଦେଶବାସୀଙ୍କୁ, ବିଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଭକ୍ତି ଓ ସମର୍ପଣର ଏ ମହାପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ। ଜୟ ଜଗନ୍ନାଥ !
