ଦେଶ ବିଦେଶ

ପୁଣି ବୋରୱେଲ ଅଘଟଣ

Spread the love

ରାଜସ୍ଥାନ କୋଟପୁତଲି ଅଞ୍ଚଳରେ ୭୦୦ ଫୁଟ ବୋରୱେଲ ଗାତ ଭିତରକୁ ଖସି ପଡ଼ିଛି ୩ ବର୍ଷର ଶିଶୁ କନ୍ୟା । ଭଉଣୀ ସହ ଖେଳୁଥିବା ସମୟରେ ଗୋଡ଼ ଖସି ଶିଶୁକନ୍ୟା ଜଣକ ବୋରୱଲେରେ ପଡ଼ିଯାଇଥିଲା । ୧୫୦ ଫୁଟ ଗଭୀରରେ ଫସି ରହିଛି ଶିଶୁ କନ୍ୟା । ତାକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି । ଏସଡିଆରଏଫ, ଏନଡିଆରଏଫ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ରେସକ୍ୟୁ ଅପରେସନ ଚାଲିଛି ।

ଶିଶୁକୁ ପାଇପ ଯୋଗେ ଅକ୍ସିଜେନ ଯୋଗାଇ ଦିଆଯାଉଛି । ମେଡିକାଲ ଟିମ ମଧ୍ୟ ଉପସ୍ଥିତ ଅଛନ୍ତି । ବୋରୱେଲରେ କ୍ୟାମେରା ଖଞ୍ଚା ଯାଇ ଶିଶୁର ଗତିବିଧି ଉପରେ ନଜର ରଖାଯାଇଛି । ଶିଶୁଟି ହାତ ହଲେଇ କାନ୍ଦୁଥିବାର କ୍ୟାମେରାରେ ରେକର୍ଡ ହୋଇଛି । ତେବେ ବୋରୱେଲ ନିକଟରେ ୧୫୦ ଫୁଟ ଖୋଳିବା ସମ୍ଭବ ନୁହେଁ । ଏଥିପାଇଁ ବହୁତ ସମୟ ଲାଗିବ । ତେଣୁ ପିଲାକୁ ହୁକ୍ ସହାୟତାରେ ଟାଣିବାକୁ ପ୍ରସ୍ତୁତି ଚାଲିଛି । ଜିଲ୍ଲା ପ୍ରଶାସନ ଶିଶୁ କନ୍ୟାର କପଡାରେ ହୁକ୍ ଲଗାଇ ଉପରକୁ ଟାଣିବା ପାଇଁ ବାପା ମା ଏବଂ ଜେଜେଙ୍କୁ ଲିଖିତ ଭାବେ ଅନୁମତି ମାଗିଛନ୍ତି । ଏହି ପ୍ରକ୍ରିୟାରେ ଆଘାତ ଲାଗିପାରେ । ତେଣୁ ଜିଲ୍ଲା ପ୍ରଶାସନ ନିଜ ଉପରେ କୌଣସି ଦୋଷ ନ ଆସିବା ପାଇଁ ଏମିତି କରିଛି ।

Leave a Reply

Your email address will not be published. Required fields are marked *