ଆଞ୍ଚଳିକ

ଇଲେକ୍ଟ୍ରୋନିକ୍ସ ଗୋଦାମରେ ଅଗ୍ନିକାଣ୍ଡ

Spread the love

ଗତକାଲି ଭୁବନେଶ୍ବର ସତ୍ୟନଗର ଠାରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ଗୋଦାମରେ ନିଆଁ ଲାଗଥିଲା । ତେବେ ପ୍ରଥମ ଥର ପାଇଁ ରୋବୋଟିକ୍ ମନିଟର ବି ନିଆଁ ଲିଭା କାର୍ଯ୍ୟରେ ଲାଗିଥିଲା ।  ଗୋଦାମ ଭିତରେ ପଶି ପାଣି ସ୍ପ୍ରେ କରିଥିଲା । ପ୍ରାୟ ୫ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କରିବା ପରେ ନିଆଁକୁ ଲିଭାଇବାରେ ସକ୍ଷମ ହୋଇଥିଲା ଅଗ୍ନିଶମ ବାହିନୀ । ସେତେବେଳକୁ ଗୋଦାମର ପ୍ରାୟ ୭ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା ।  ତେବେ ଗୋଦାମ ଭିତରେ ଅନେକ ଯାନ୍ତ୍ରିକ ଉପକରଣ ରହିଥିବାରୁ ନିଆଁ ଜୋରରେ ଲାଗିଥିଲା ।

Leave a Reply

Your email address will not be published. Required fields are marked *