ଦେଶ ବିଦେଶ

ଇସ୍ରାଏଲ-ହିଜବୁଲ୍ଲା ମଧ୍ୟରେ ଯୁଦ୍ଧ ବିରତି

Spread the love

ଇସ୍ରାଏଲ-ହିଜବୁଲ୍ଲା ମଧ୍ୟରେ ଯୁଦ୍ଧ ବିରତି ରାଜିନାମା । ଆମେରିକା ମଧ୍ୟସ୍ଥତାରେ ଉଭୟ ଇସ୍ରାଏଲ ଓ ଲେବାନନ ମଧ୍ୟରେ ଯୁଦ୍ଧ ବିରତି ରାଜିନାମା ହୋଇଛି । ଏନେଇ ଆମେରିକା ରାଷ୍ଟ୍ରପତି ବାଇଡେନ ଘୋଷଣା କରିଛନ୍ତି ।ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ଲେବାନନର ପ୍ରଧାନମନ୍ତ୍ରୀଙ୍କ ସହ ବାଇଡେନ ଫୋନରେ କଥା ହୋଇଥିଲେ । ଯୁଦ୍ଧ ବିରତି ପାଇଁ ସେମାନେ ଆମେରିକା ପ୍ରସ୍ତାବରେ ରାଜି । ଇସ୍ରାଏଲ ନିରାପତ୍ତା ସଂକ୍ରାନ୍ତ କ୍ୟାବିନେଟ ଯୁଦ୍ଧ ବିରତି ଏଗ୍ରିମେଣ୍ଟକୁ ଅନୁମୋଦନ କରିଛି । ତେବେ ରାଜିନାମାର ଉଲ୍ଲଂଘନ କଲେ କଡ଼ା ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛି । ଇସ୍ରାଏଲ-ହିଜବୁଲ୍ଲା ମଧ୍ୟରେ ଯୁଦ୍ଧ ବିରାମ ନେଇ ବାଇଡେନ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମଧ୍ୟ ମିଳିତ ବିବୃତିନାମା ଜାରି କରିଛନ୍ତି । କୂଟନୈତିକ ସ୍ତରରେ ବହୁ ସପ୍ତାହ ଧରି ଆଲୋଚନା ଶେଷରେ ଉଭୟ ଇସ୍ରାଏଲ ଓ ଲେବାନନ ଯୁଦ୍ଧ ବିରାମ ପାଇଁ ରାଜିନାମାକୁ ଗ୍ରହଣ କରିଥିବା ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *