ରାଜ୍ୟ

ଖୁବଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ

Spread the love

ଖୁବଶୀଘ୍ର ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ ହେବ । ଛତିଶାନିଯୋଗ ବୈଠକରେ ଏନେଇ ଆଲୋଚନା ହୋଇଛି । ରତ୍ନଭଣ୍ଡାର ମରାମତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନରେ ଯେଭଳି କୌଣସି ଅସୁବିଧା ନହେବ ତା’କୁ ବିଶେଷ ଗୁରୁତ୍ବ ଦିଆଯିବ । ତେବେ କେଉଁ ସମୟରେ ରତ୍ନଭଣ୍ଡାର ମରାମତି ହେବ, କେତେ ସମୟ ଧରି ମରାମତି କାର୍ଯ୍ୟ ଚାଲିବ ସେନେଇ ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ ହେବ । ଏଥିପାଇଁ ଶ୍ରୀମନ୍ଦିର ନୀତି ପ୍ରଶାସକ ଓ କମାଣ୍ଡରଙ୍କୁ ନେଇ ଦୁଇ ଜଣିଆ କମିଟି ଗଠନ ହୋଇଛି ।

Leave a Reply

Your email address will not be published. Required fields are marked *