ରାଜ୍ୟରେ ଗଞ୍ଜେଇ କାରବାରକୁ ନେଇ ଓଡ଼ିଶା ପୁଲିସର ଚିନ୍ତା
ଗଞ୍ଜେଇ ଚୋରା ଚାଲାଣର ଏକ ବଡ଼ ହବ୍ ପାଲଟିଛି ଓଡ଼ିଶା। ଦିଲ୍ଲୀ, ମୁମ୍ବାଇ, ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ଆଦି ଅଞ୍ଚଳକୁ ଓଡ଼ିଶାରୁ ପ୍ରଚୁର ଗଞ୍ଜେଇ ଚାଲାଣ ହେଉଛି। ଓଡ଼ିଶାରେ ଗଞ୍ଜେଇ ଚାଷ ଓ ଚାଲାଣରେ ନକ୍ସଲଙ୍କ ପ୍ରଚ୍ଛନ୍ନ ହାତ ରହୁଥିବା ଜଣାପଡ଼ିଛି। ତେଣୁ ୨୦୨୬ ମସିହା ସୁଦ୍ଧା ଓଡ଼ିଶାରୁ ନକ୍ସଲ ମୂଳପୋଛ କରିବା ସହ ଗଞ୍ଜେଇ ଚାଷକୁ ପୂରା ବନ୍ଦ କରିବାକୁ ଡିଜିପି ୱାଇବି ଖୁରାନିଆ ବିଭାଗୀୟ ଅଧିକାରୀମାନଙ୍କୁ ଆହ୍ବାନ ଦେଇଛନ୍ତି।
