ବେଆଇନ ମଦ କାରବାର ଢାବାରେ ଚଢାଉ
ବେଆଇନ ମଦ କାରବାର ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ଅବକାରୀ ବିଭାଗ । ବ୍ରହ୍ମପୁର ନୂଆଗାଁର ଏକ ଢାବା ଓ ଗଞ୍ଜାମର ବଡଗଡର ଏକଲାପୁର ଗ୍ରାମରେ ଚଢାଉ ହୋଇଥିଲା । ଚଢାଉ ବେଳେ ବିପୁଳ ଦେଶୀ ଓ ବିଦେଶୀ ମଦ ଜବତ ହୋଇଛି । ଏହା ସହିତ ୨ ଜଣ ଗିରଫ ହୋଇଛନ୍ତି ।ରେଡରେ ଅବକାରୀ ବିଭାଗ ୧୮୦ ମିଲିର ୩୩୫ଟି ଦେଶୀ ମଦ ବୋତଲ ଜବତ କରିଛି । ୬୦ ଲିଟରର ବିଦେଶୀ ମଦ ବୋତଲ ଜବତ ସହ ଗୋଟିଏ ପଲସର ୨୨୦ ମୋଟର ସାଇକେଲ ଜବତ ହୋଇଛି । ଏହା ସହିତ ୨ଟି ସ୍ମାଟ ଫୋନ ଓ ଗୋଟିଏ କିପ୍ୟାଡ ଫୋନ୍, ପଲିଥିନ ସିଜ୍ ହୋଇଛି । ଘଟଣାରେ ସମ୍ପୃକ୍ତ ୨ ଜଣ ଗିରଫ ହୋଇଛନ୍ତି ।
