ରାଜ୍ୟ

ଆସନ୍ତା ନଭେମ୍ବର ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବ ତିନିଦିନିଆ ଓଡ଼ିଶା ପର୍ବ-୨୦୨୪

Spread the love

ଆସନ୍ତା ନଭେମ୍ବର ୨୨  ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀରେ  ଅନୁଷ୍ଠିତ ହେବ ତିନିଦିନିଆ ଓଡ଼ିଶା ପର୍ବ-୨୦୨୪ ।  ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ଉଦ୍‌ଘାଟନ  କରିବାକୁ ଥିବାବେଳେ ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଦିଲ୍ଲୀସ୍ଥିତ ଏନ୍‌ଜିଓ ଓଡିଆ ସମାଜ ପକ୍ଷରୁ ଏହା ଆୟୋଜନ  କରାଯାଉଛି । ଏହି ପର୍ବରେ ଦିଲ୍ଲୀର ସମସ୍ତ ପ୍ରବାସୀ ଓଡ଼ିଆ ସଂଗଠନ ଯୋଗଦେବେ |ଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ପର୍ବରେ  ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ସଙ୍ଗୀତ, ନୃତ୍ୟ, ପାରମ୍ପରିକ ଖାଦ୍ୟ, ହସ୍ତତନ୍ତ ଓ ହସ୍ତଶିଳ୍ପର ଏକ ଚମତ୍କାର  ସଙ୍ଗମ ଦେଖିବାକୁ ମିଳିବ ।

Leave a Reply

Your email address will not be published. Required fields are marked *