ସ୍ବାମୀର ଛୁରା ମାଡରେ ସ୍ତ୍ରୀ ଗୁରୁତର
ବୁଧବାର ବିଳମ୍ୱିତ ରାତିରେ ପାରିବାରିକ କଳହକୁ ନେଇ ଲିଟିଲି ପାଣିଗ୍ରାହୀଙ୍କୁ ତାଙ୍କ ସ୍ଵାମୀ ଛୁଆ ମାଡ କରିଥିଲେ । ଛୁରା ମାଡରେ ଲିଟିଲିଙ୍କ ପେଟ ଓ ହାତକୁ ଆଘତ ଲାଗିଥିଲା । ସ୍ୱାମୀଙ୍କ ଛୁରା ମାଡ଼ରେ ସେ ଗୁରୁତର ହୋଇ ଚିତ୍କାର କରିଥିଲେ । ମହିଳାଙ୍କ ଚିତ୍କାର ଶୁଣି ପଡୋଶୀ ଲୋକେ ଦୌଡି ଆସି ତାଙ୍କୁ ଉଦ୍ଧାର କରିଥିଲେ । ମହିଳାଙ୍କୁ ସେଠାରୁ ଉଦ୍ଧାର କରି ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଖବର ପାଇ ଘଟଣାସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ଅଭିଯୁକ୍ତ ସ୍ବାମୀଙ୍କୁ ଅଟକ ରଖିଛି ।
