ରାଜ୍ୟ

ପବ୍ଲିକ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ପଢ଼ିବେ ମାଓନେତା ସବ୍ୟସାଚୀ ପଣ୍ଡା

Spread the love

ଶିକ୍ଷା  ହେଉଛି ମୌଳିକ ଅଧିକାର । ଏଥିରୁ  କେହି ଯେପରି ବଞ୍ଛିତ ନହୁଏ ସେଥିପ୍ରତି  ସରକାର ସଚେତନ ଓ ଯତ୍ନବାନ।   ଜେଲ୍‌ ଅନ୍ତେବାସୀଙ୍କ କ୍ଷେତ୍ରରେ ଶିକ୍ଷା  ଅଧିକାରକୁ ନିଶ୍ଚିତ କରିବା ପାଇଁ  ସରକାର ସ୍ୱତନ୍ତ୍ର ସୁବିଧା କରିଛନ୍ତି । ଜେଲ୍‌  ଅନ୍ତେବାସୀଙ୍କ ଉଚ୍ଚ ଶିକ୍ଷା ଆଶା ପୂରଣ  ପାଇଁ ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ମୁକ୍ତ  ବିଶ୍ୱବିଦ୍ୟାଳୟ (ଓଏସ୍‌ଓୟୁ) ନାମରେ  ଏକ ବିକଳ୍ପ ସୃଷ୍ଟି କରିଛନ୍ତି ।୨୦୨୪-୨୫  ଶିକ୍ଷା ବର୍ଷ ପାଇଁ ନାମଲେଖା  ଆରମ୍ଭ ହୋଇଛି । ସ୍ନାତୋକତ୍ତର  ଇତିହାସ, ରାଜନୀତି ବିଜ୍ଞାନ, ଅର୍ଥନୀତି  ଓ ପବ୍ଲିକ୍‌ ଆଡମିନିଷ୍ଟ୍ରେସନ୍‌ ପାଠ୍ୟକ୍ରମ  ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ଅକ୍ଟୋବର ୧୦ ଆରମ୍ଭ ହୋଇଥିବା ଆବେଦନ ପ୍ରକ୍ରିୟା ଆସନ୍ତା ୧୫ରେ ଶେଷ  ହେବ । ଉପରୋକ୍ତ ୪ଟି ପାଠ୍ୟକ୍ରମ  ଭିତରୁ ପବ୍ଲିକ୍‌ ଆଡମିନିଷ୍ଟ୍ରେସନ୍‌  ବିଷୟରେ ପଢ଼ିବାକୁ ମାଓନେତା  ସବ୍ୟସାଚୀ ପଣ୍ଡା ଆବେଦନ କରିଛନ୍ତି । ତାଙ୍କ ସହ ଆଉ ଚାରି ଜଣ ଜେଲ୍‌  ଅନ୍ତେବାସୀ ଏହି ପାଠ୍ୟକ୍ରମରେ ନାମ  ଲେଖାଇବାକୁ ଆବେଦନ କରିଥିବା  ଆଞ୍ଚଳିକ ନିର୍ଦ୍ଦେଶିକା କହିଛନ୍ତି ।ନାମ  ଲେଖାଇବା ପରେ ପାଠ ପଢ଼ା ଓ ପରୀକ୍ଷା  ଦେବାରେ ଯେପରି ଅସୁବିଧା ନହୁଏ  ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଛି  ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *