ରାଜ୍ୟ

ଆସନ୍ତା ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା

Spread the love

ଆଦିବାସୀ ମେଳା  ଆସନ୍ତା ୫ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷର ଆଦିବାସୀ ମେଳାରେ ମୁଖ୍ୟ ଆକର୍ଷଣ ହେବ ଆଦିବାସୀ ଗ୍ରାମ, ଆଦିବାସୀ ହାଟ, କଳା ଓ ହସ୍ତଶିଳ୍ପ ଗ୍ରାମ, ଜନଜାତି ଖାଦ୍ୟ ଫୁଡ୍ କୋର୍ଟ, ଲାଇଭ୍ ଡେମନଷ୍ଟ୍ରେସନ୍, ଭଗବାନ ବିର୍ସା ମୁଣ୍ଡା ପାଭିଲିୟନ। ଏଥିସହିତ ୨୦ ଟି ଆଦିବାସୀ କୁଟୀର ନିର୍ମାଣ କରାଯାଉଥିବା ବେଳେ ୧୪୭ ଟି’ ଷ୍ଟଲ୍‌ରେ ଆଦିବାସୀ ସାମଗ୍ରୀ ବିକ୍ରିବଟା ହେବ। କଳା ଓ ହସ୍ତଶିଳ୍ପ ଗ୍ରାମ ପାଇଁ ୪୦ଟି ଷ୍ଟଲ୍ ପ୍ରସ୍ତୁତ କରାଯାଉଥିବା ବେଳେ ୧୫ଟି ଷ୍ଟଲ୍‌ରେ ଲାଇଭ୍ ଡେମନଷ୍ଟ୍ରେସନର ସୁବିଧା ରହିବ।ରାମ ମନ୍ଦିରରୁ ହାଉସିଂ ବୋର୍ଡ ଛକ ନବ ବଧୂ ଭଳି ସଜେଇ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ସୁନ୍ଦର ଆଲୋକମାଳା ସହିତ କାନ୍ଥରେ ସୁନ୍ଦର ଚିତ୍ର ଅଙ୍କା ଯାଉଛି। ପ୍ରବାସୀ ଭାରତୀୟ ଦିବସକୁ ଧ୍ୟାନରେ ରଖି ଚଳିତ ବର୍ଷର ଆଦିବାସୀ ମେଳାକୁ ସ୍ବତନ୍ତ୍ର ଭାବରେ ଆୟୋଜନ କରାଯାଉଛି।

Leave a Reply

Your email address will not be published. Required fields are marked *