ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ
ରାଜ୍ୟରେ ଜାରି ରହିଥିବା ବିଦ୍ୟୁତ କାଟ୍ ସମସ୍ୟାର ସମାଧାନ ନେଇ ଚାରି ବିତରଣ କମ୍ପାନୀର ସିଇଓଙ୍କୁ ପୁଣି ରାଜ୍ୟ ସରକାରଙ୍କ ଡକରା । ଆଜି ପୁର୍ନବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ 11:30 ରେ ବସିବ ବୈଠକ । ପୂର୍ବରୁ ଦୁଇ ଦୁଇ ଥର ବୈଠକ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ତାଗିଦ ପରେ ପୁଣି ଥରେ TPCODL ସିଇଓଙ୍କୁ ଶକ୍ତି ବିଭାଗ ପକ୍ଷରୁ ଡକରା ଦିଆଯାଇଥିଲା । ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ଧଳ । ରାଜ୍ୟରେ ପ୍ରବଳ ଗରମ ଗୁଳୁଗୁଳି ହେଉଥିବାବେଳେ, ପାୱାର କଟ୍ ବୋଝ ଉପରେ ନଳିତା ବିଡ଼ା ସଦୃଶ । ଯାହାର ପ୍ରତିବାଦରେ ଜନ ଅସନ୍ତୋଷ ଦେଖାଦେଉଛି । ବିରୋଧୀ ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।
