ଶ୍ରଦ୍ଧାଳୁମାନେ ଟାଣି ନେଉଛନ୍ତି ନନ୍ଦିଘୋଷ ରଥକୁ
ଆଜି ଶ୍ରୀକ୍ଷେତ୍ରରେ ପୁଣି ରଥ ଟଣା । ନନ୍ଦିଘୋଷ ରଥକୁ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ । ଗତକାଲି ଅଧାରେ ଅଟକିଥିଲା ନନ୍ଦିଘୋଷ ଓ ଦର୍ପଦଳନ । ଆଜି ରଥ ଉପରେ ଠାକୁରଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ଆରମ୍ଭ ହୋଇଛି ରଥଟଣା । ସକାଳ ପ୍ରାୟ 9 ଟାରୁ 9ଟା30 ମଧ୍ୟରେ ଦେବଦଳନ ରଥଟଣା ଆରମ୍ଭ ହେବାପରେ ନନ୍ଦିଘୋଷ ରଥଟଣା ଆରମ୍ଭ ହୋଇଛି । ରଥରେ ମହାପ୍ରଭୁ
ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି 9 ଦିନିଆ ଯାତ୍ରାରେ ବାହାରିଛନ୍ତି କାଳିଆ ସାଆନ୍ତ । ଗତକାଲି ପୁରୀ ଶରଧାବାଲିରେ ବଳଭଦ୍ରଙ୍କ ତାଳଧ୍ବଜ ରଥ ପହଞ୍ଚିଥିବାବେଳେ ବଡ଼ଶଙ୍ଖ ନିକଟରେ ଦର୍ପଦଳନ, ମାର୍କେଟ ଛକରେ ଅଟକିଥିଲା ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ଖରା ଗୁଳୁଗୁଳି ସତ୍ତ୍ୱେ ବି ଲୋକାରଣ୍ୟ ରହିଛି ବଡଦାଣ୍ଡ ।
