ଆଡମିଶନ ପାଇଁ ଆବେଦନ ଅବଧି ବୃଦ୍ଧି
ଯୁକ୍ତ ଦୁଇ ଆଡମିଶନ ପାଇଁ ଆବେଦନ ଅବଧି ବୃଦ୍ଧି । ସାମସ୍ ପୋର୍ଟାଲ ଜରିଆରେ 26 ଜୁନ ଯାଏ ଆବେଦନ ତାରିଖ ବୃଦ୍ଧି କରାଯାଇଛି । ଅବିଭାବକ, ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀଙ୍କ ଅନୁରୋଧ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅବଧି ବୃଦ୍ଧି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ପରିବର୍ତ୍ତିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମ ମେଧା ତାଲିକା ଜୁଲାଇ 2 ତାରିଖରେ ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟ ଆଡମିଶନ ଜୁଲାଇ 3ରୁ 8 ତାରିଖ ମଧ୍ୟରେ ସମ୍ପାଦନ କରାଯିବ । ସେହିପରି ଦ୍ବିତୀୟ ମେଧା ତାଲିକା 16 ଜୁଲାଇରେ ପ୍ରକାଶ ପାଇବା ପରେ 19 ଜୁଲାଇ ଯାଏ ଆଡମିଶନ ପ୍ରକ୍ରିୟା ଜାରି ରହିବ ।
