ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦି
ଆମେରିକାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ଆଣ୍ଡ୍ରିୟୁସ ବାୟୁସେନା ବେସ୍ ରେ ପହଞ୍ଚିବା ପରେ ପିଏମ ମୋଦିଙ୍କୁ ରାଜକୀୟ ସମ୍ମାନ ପ୍ରଦର୍ଶନ । ପିଏମ ମୋଦିଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ରାଜକୀୟ ସମ୍ମାନ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୋଛୋଟି ନେଇଛନ୍ତି ଆମେରିକାର ବରିଷ୍ଠ ଅଧିକାରୀ । ପିଏମ ମୋଦି ପହଞ୍ଚିବା ପରେ ଲୋକେ ଉତ୍ସବ ମନାଇଛନ୍ତି । ପ୍ରଧାନମନ୍ତ୍ରୀ ହେବା ପରେ ଆମେରିକାକୁ ସପ୍ତମ ଥର ପାଇଁ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଥମ ରାଜକୀୟ ଗସ୍ତ ହୋଇଥିବାରୁ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି । ଆଜି ନ୍ୟୁୟର୍କରେ ମିଳିତ ଜାତିସଂଘ ଦ୍ବାରା ଆୟୋଜିତ ନବମ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମର ନେତୃତ୍ବ ନେବେ ପ୍ରଧାନମନ୍ତ୍ରୀ ମୋଦି ।
