ରାଜ୍ୟ

କେରଳ ଉତ୍ସବରେ ହାତୀ ଆତଙ୍କ ଯୋଗୁଁ ୩ ଜଣଙ୍କ ମୃତ୍ୟୁ

Spread the love

କୋଝିକୋଡ଼ ଗ୍ରାମୀଣ ପୁଲିସ ମୁଖ୍ୟ କେଇ ବଇଜୁ କହିଛନ୍ତି, ହାତୀଗୁଡ଼ିକୁ ଶୋଭାଯାତ୍ରା ପାଇଁ ପ୍ରସ୍ତୁତ କରାଯାଉଥିବା ବେଳେ  ବାଣ ଫୁଟିବାରୁ ଏଥିରେ ଏକ ହାତୀ ଉଗ୍ର ହୋଇଉଠିଥିଲା। ଏହା ଫଳରେ ସେ ପାଖରେ ଠିଆ ହୋଇଥିବା ଅନ୍ୟ ଏକ  ହାତୀ ସହ ଲଢ଼େଇ କରିଥିଲା।  ୨ ହାତୀ ପରସ୍ପର ମଧ୍ୟରେ ଲଢ଼େଇ କରିବା ଦ୍ବାରା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା।   ଗୋଟିଏ ହାତୀ ମନ୍ଦିର କମିଟି ଅଫିସ୍‌କୁ ଦୌଡ଼ି ପ‌ଶିଯିବା ଫଳରେ ଏହାର ପ୍ରଭାବରେ ମନ୍ଦିରର ଏକ ଅଂଶ ଭାଙ୍ଗି ଯାଇଛି।  ଅଫିସ୍‌ରେ ଥିବା ‌ଅନେକ ଲୋକ ଏଥିରେ ଆହତ ହୋଇଛନ୍ତି। ଅନ୍ୟ ୨ ହାତୀ ଭିଡ଼ ଭିତରକୁ ପଶି ଦଳାଚକଟା କରିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା   ଅନେକ   ଆହତ ହୋଇଥିଲେ। ଲୋକେ ସୁରକ୍ଷା ପାଇଁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିବା ବେଳେ ମଧ୍ୟ ଧସ୍ତାଧସ୍ତିରେ ଆହତ ହୋଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *