ରାଜ୍ୟ

ମାଛଶୂନ୍ୟ ହେବ ହୀରାକୁଦ ଜଳଭଣ୍ଡାର

Spread the love

ମାତ୍ରାଧିକ ପ୍ରଦୂଷଣ ଏବଂ ଢୁଲଙ୍ଗି, ଡିସ୍କୋ ଭଳି ଛୋଟ ଫାଶଯୁକ୍ତ ଜାଲ ମାଧ୍ୟମରେ ବେଆଇନ ମାଛଧରା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ମତ୍ସ୍ୟ ଉତ୍ପାଦନ ଆଶାନୁରୂପକ ହୋଇପାରୁନି। ଢୁଲୁଙ୍ଗି ଜାଲ ଓ ଡିସ୍କୋ ଜାଲର ପ୍ରଚଳନକୁ ସଂପୂର୍ଣ୍ଣ ବନ୍ଦ କରାନଗଲେ ହୀରାକୁଦ ଜଳଭଣ୍ଡାର ଅଚିରେ ମତ୍ସ୍ୟଶୂନ୍ୟ ହେବାର ଆଶଙ୍କା ରହିଛି। ଏହା ଫଳରେ ମାଛଧରି ଜୀବିକା ନିର୍ବାହ କରୁଥିବା ସ୍ଥାନୀୟ ୭୦୦୦ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ପ୍ରଭାବିତ ହେବ। ଢୁଲୁଙ୍ଗି ଜାଲର ବ୍ୟବହାର ସିଧାସଳଖ ପ୍ରଭାବ ଜଳଭଣ୍ଡାରର ମତ୍ସ୍ୟ ଉତ୍ପାଦନରେ ପଡୁଛି। ୦.୫୫ ମିମି ଛିଦ୍ରଯୁକ୍ତ ଏହି ଜାଲରେ ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ମତ୍ସ୍ୟ ଜାଆଁଳା ମରିଯାଉଥ‌ିବାରୁ ମତ୍ସ୍ୟ ସଂଖ୍ୟା ହ୍ରାସ ପାଉଛି। ଏଥିସହ ବିଭିନ୍ନ ପ୍ରଜାତିର ମାଛବଂଶ ମଧ୍ୟ ଲୋପ ପାଇ ଚାଲିଛି। ୧୯୫୬-୫୭ ମସିହାରେ ଜଳଭଣ୍ଡାର ସୃଷ୍ଟି ସମୟରେ ୧୦୪ ପ୍ରଜାତିର ମାଛ ଦେଖା ଯାଉଥିଲେ। ଏବେ ସେ ଗୁଡ଼ିକରୁ ଅଧିକାଂଶ ପ୍ରଜାତି ଲୋପ ପାଇ କେବଳ ୫୭ ପ୍ରଜାତିର ମାଛ ଦେଖାଯାଉଥିବା ଜଣାଯାଇଛି। ଏହି ୫୭ ପ୍ରଜାତି ମାଛରୁ ଏବେ ୨୧ ପ୍ରଜାତିଙ୍କ ସଂଖ୍ୟାରେ ବ୍ୟାପକ ହ୍ରାସ ପରିଲକ୍ଷିତ ହୋଇଛି।

Leave a Reply

Your email address will not be published. Required fields are marked *