ରାଜ୍ୟ

କୁମାର ପୂର୍ଣ୍ଣିମା ଅବସରରେ କୁମାରୀମାନଙ୍କ ମନରେ ଖୁସିର ଜୁଆର

Spread the love

ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଏ | ସେଥିମଧ୍ୟରୁ କୁମାର ପୂର୍ଣ୍ଣିମା ଅନ୍ୟତମ |ଦଶହରା ପରେ କୁମାର ପୂର୍ଣ୍ଣିମା ଆସେ | ଆଶ୍ୱିନ ମାସର ପୂର୍ଣ୍ଣିମା ତିଥିରେ ଏହି ପର୍ବ ପାଳନ କରାଯାଏ |ସ୍ୱାସ୍ଥ୍ୟ ରକ୍ଷା ଓ ଆନନ୍ଦଲାଭ ଦୃଷ୍ଟିରୁ ଏହି ପର୍ବର ଗୁରୁତ୍ୱ ରହିଛି | ପ୍ରତ୍ୟେକ କୁମାରୀ ଝିଅ ଓ ନୂଆ ବୋହୁ ମାନେ ଏହି ପର୍ବ ପାଳନ କରିଥାନ୍ତି |ଏହିଦିନ ଭଗବାନ ଶିବ ଏବଂ ଦେବୀ ପାର୍ବତୀ ଙ୍କ ପୁତ୍ର କୁମାର କାର୍ତ୍ତିକେୟ ଙ୍କ ଜନ୍ମଦିନ ଅଟେ | ପ୍ରତ୍ୟେକ ଝିଅ ମାନେ କାର୍ତ୍ତିକେୟ ଙ୍କ ପରି ସୁନ୍ଦର ପତି ପାଇବା ପାଇଁ ଏହି ପର୍ବ ପାଳନ କରିଥାନ୍ତି |

ଏହିଦିନ ଝିଅମାନେ ପ୍ରାତଃକାଳରେ ଉଠି ନିଜର ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପିନ୍ଧି ସୂର୍ଯ୍ୟ ଙ୍କୁ ପୂଜା କରିଥାନ୍ତି | ପୂଜା ବିଧି ଅନୁସାରେ ସକାଳୁ ସାତ ପ୍ରକାର ଫଳ ନେଇ ସୂର୍ଯ୍ୟ ଙ୍କୁ ଅର୍ପଣ କରାଯାଏ |ଶରତ ଋତୁରେ ଆକାଶରେ ମେଘ ନଥାଏ | ଆକାଶ ଓ ଧରଣୀରାଣୀ ପରିଷ୍କାର ଥାଏ |ଏହି ଦିବସରେ ଚନ୍ଦ୍ର ଅତି ଉଜ୍ୱଳମୟ ଦିଶେ |ପୁନେଇ ଚାନ୍ଦ ର କିରଣ ଧରା ବୁକୁରେ ବିଛେଇ ହୋଇପଡ଼ିଥାଏ |କୁମାରୀମାନେ ଦଳ ଦଳ ହେଇ ବୁଲୁଥାନ୍ତି , ସମସ୍ତଙ୍କ ମୁଖରେ ଖୁସିର ଜୁଆର ଖେଳିବୁଲେ |ରାତିରେ କୁମାରୀମାନେ ମନଫୁଲାଣିଆ ଗୀତ ଲହରୀରେ ପରିବେଶ କୁ ସରସ ଓ ମୁଖରିତ କରନ୍ତି |

ନିଜ ଘର ଗୁଡିକୁ ସମସ୍ତେ ସୁନ୍ଦର ଭାବେ ସଜାଇଥାନ୍ତି | ଦିନତମାମ ପୁଚି ଖେଳ ଓ ଦୋଳି ଖେଳ ଆଦିରେ କଟେ | ସମସ୍ତଙ୍କ ଘରେ ଅନେକ ପ୍ରକାରର ପିଠାପଣା ହୁଏ |ସନ୍ଧ୍ୟା ସମୟରେ ଚନ୍ଦ୍ର ଆସିଲା ପରେ ଝିଅମାନେ ଚନ୍ଦ୍ର କୁ ପୂଜା କରିବା ସହ କୁମାର ପୂର୍ଣ୍ଣିମା ଗୀତ ଗାଇଥାନ୍ତି – ” କୁଆଁର ପୁନେଇ ଜହ୍ନ ଲୋ ଫୁଲ ବଉଳ ବେଣୀ ” | ଏହିଦିନ ମାତା ଲକ୍ଷ୍ମୀ ଙ୍କୁ ପୂଜା କରାଯାଏ |

Leave a Reply

Your email address will not be published. Required fields are marked *