Politics

ଦେଖା ହେଲେ, ହାତ ମିଳାଇଲେ, ଟିକିଏ କଥା ହେଲେ ; ଇସଲାମାବାଦରେ ସରିଫ-ଜୟଶଙ୍କର ଭେଟଘାଟ;

Spread the love

ପାକିସ୍ତାନରେ ସେହବାଜ ସରିଫଙ୍କୁ ଭେଟିଲେ ଏସ. ଜୟଶଙ୍କର । ଦୀର୍ଘ ବର୍ଷ ପରେ ପାକିସ୍ତାନରେ ସେଠିକାର ପ୍ରଧାନମନ୍ତ୍ରୀଙ୍କ ସହ ଭାରତର ବୈଦେଶିକ ମନ୍ତ୍ରୀଙ୍କ ଏମିତି ଭେଟଘାଟ ହୋଇଛି । ତେବେ ଏହି ଭେଟଘାଟ କେବଳ ସୌଜନ୍ୟମୂଳକ ଥିଲା ତାହା, ଦୁହିଁଙ୍କର ଭାବ ଭଙ୍ଗିରୁ ବାରି ହୋଇପଡ଼ୁଥିଲା । ଏସ୍‌ସିଓ ବୈଠକରେ ଯୋଗଦେବା ପାଇଁ ପାକିସ୍ତାନ ଗସ୍ତ କରିଛନ୍ତି ଏସ. ଜୟଶଙ୍କର ।ବୈଠକ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଆୟୋଜନ କରିଥିଲେ ରାତ୍ରିଭୋଜନ । ଯେଉଁଥିରେ ଯୋଗଦେବାକୁ ପହଞ୍ଚିଥିଲେ ଏସ୍‌. ଜୟଶଙ୍କର । ସେଠାରେ ତାଙ୍କୁ ସ୍ବାଗତ କରିବାକୁ ଅପେକ୍ଷାରେ ରହିଥିଲେ ଶାହବାଜ ସରିଫ୍‌ । ଜୟଶଙ୍କର ପାଖକୁ ଯିବା ସହ ସେ ତାଙ୍କ ସହ ହାତ ମିଳାଇଥିଲେ, ଉଭୟ ମୁହଁରେ ଟିକିଏ ସ୍ମିତ ହାସ୍ୟ ଥିଲା । ତେବେ ଦୁହିଁଙ୍କୁ ଦେଖିଲେ ଜଣାପଡ଼ୁଥିଲା, ଏହା କେବଳ ଏକ ଫରମାଲିଟି ବା ସୌଜନ୍ୟମୂଳକ ସାକ୍ଷାତକାର । ନିକଟରେ ଯେଉଁଭଳି ୨ ଦେଶ ମଧ୍ୟ ସମ୍ପର୍କ ବିଗିଡ଼ିଛି, ତାକୁ ନେଇ ଭାରତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି । ତେଣୁ ପାକିସ୍ତାନ ସହ କ’ଣ କଥାବାର୍ତ୍ତା କରାଯିବ, ତାକୁ ନେଇ ସଜାଗ ରହିଛନ୍ତି ଭାରତ ସରକାର ।ପାକିସ୍ତାନ ଅଧ୍ୟକ୍ଷତାରେ ଅକ୍ଟୋବରରେ ଦୁଇ ଦିନିଆ ଏସସିଓ ଏସସିଓ ମୁଖ୍ୟମାନଙ୍କର ବୈଠକ ଅନୁଷ୍ଠିତ ହେଉଛି । ଇସଲାମଵାଦରେ ହେଉଥିବା ଏହି ବୈଠକରେ ଏସସିଓ ଦେଶ ଗୁଡିକର ଆର୍ଥିକ, ସାମାଜିକ, ସାଂସ୍କୃତିକ ଏବଂ ମାନବୀୟ ସହଯୋଗ ଉପରେ ଏହା କେନ୍ଦ୍ରିତ ରହିଛି। ଏସସିଓରେ ଭାରତ, ଚାଇନା, ରୁଷିଆ, ପାକିସ୍ତାନ, କାଜାକିସ୍ତାନ, କିର୍ଗିସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ସାମିଲ ରହିଛନ୍ତି ।

Leave a Reply

Your email address will not be published. Required fields are marked *