odisha

ଓଡ଼ିଶାକୁ ଘାରିଲା ବାତ୍ୟା ଭୟ! ସତର୍କ କଲା ପାଣିପାଗ ବିଭାଗ

Spread the love

କିଛି ଦିନର ବ୍ୟବଧାନ ପରେ ପୁଣି ଭିଜିବ ଓଡି଼ଶା। ରାଜ୍ୟକୁ ପୁଣି ଆସୁଛି ଆଉ ଏକ ଲଘୁଚାପ। ବଙ୍ଗୋପସାଗରରେ ହେବାକୁ ଥିବା ଏହି ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ। ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।ତେବେ, ଏହି ଲଘୁଚାପ ଘନୀଭୂତ ହୋଇ ଅବପାତ ଓ ବାତ୍ୟାରେ ପରିଣତ ହେବ ବୋଲି ଜିଏଫଏସ୍ ମଡେଲ୍ ଦର୍ଶାଇଛି। ବଡ଼ ନ ହେଲେ ବି ଛୋଟ ଧରଣର ବାତ୍ୟା ହେବ ବୋଲି ଆକଳନ କରାଯାଉଛି ।ଜିଏଫଏସ୍ ମଡେଲର ଆକଳନ ଅନୁସାରେ, ସମୁଦ୍ରରେ ଥିଲା ବେଳେ ବାତ୍ୟା ରୂପ ନେବ। ଉପକୂଳକୁ ଆସିଲା ବେଳେ ଏହା ଦୁର୍ବଳ ହୋଇଯିବ। କିନ୍ତୁ ଏହାର ପ୍ରଭାବରେ ଓଡି଼ଶାରେ ବିସ୍ତୁତ ଭାବେ ବର୍ଷା ହେବ। ୨୪ ତାରିଖରେ ଏହା ଓଡିଶା ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ବିଭାଗବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ, ୨୧ ତାରିଖରେ କେନ୍ଦ୍ରିୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରରେ। ୨୨ ତାରିଖରେ ଏହା ଲଘୁଚାପ ରୂପ ନେବ। ୨୩ ତାରିଖରେ ଅବପାତରେ ପରିଣତ ହୋଇପାରେ। ଏହା ଉତ୍ତର ଓ ଉତ୍ତର -ପଶ୍ଚିମ ଦିଗକୁ ଗତି କରିବ।ଏହାର ପ୍ରଭାବରେ ୨୩ ରୁ ୨୫ ତାରିଖ ମଧ୍ୟରେ ରାଜ୍ୟରେ ପାଗ ମେଘୁଆ ରହିବ। ଯଦି ଏହା ଓଡ଼ିଶା ଉପକୂଳ ଦେଇ ଯିବ , ତେବେ ଭାରି ବର୍ଷା ହେବ। ଏବେ ଯେଉଁ ଲଘୁଚାପ ସକ୍ରିୟ ଅଛି। ତାହା ଅପସାରଣ ପରେ ଆଗାମୀ ଲଘୁଚାପର ପ୍ରଭାବ ଆକଳନ କରିହେବ ବୋଲି ସେ କହିଛନ୍ତି।ସେପଟେ, ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଆଜି ତାମିଲନାଡୁର ବହୁ ଦୂରରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଥିଲା। ଏହା କ୍ରମଶଃ ପଶ୍ଚିମ ଆଡକୁ ଗତି କରୁଛି। ୧୭ ତାରିଖ ସକାଳ ସୁଧା ତାମିଲନାଡୁ ଉପକୂଳ ସ୍ପର୍ଶ କରିବ। ୧୮ ତାରିଖରେ ଏହା ଆରବ ସାଗରରେ ପହଞ୍ଚିବାର ସମ୍ଭାବନା ରହିଛି।ଏହାର ପ୍ରଭାବରେ ରାଜ୍ୟକୁ ବଙ୍ଗୋପସାଗରୀୟ ପବନ ବହିବ। ରାତି ତାପମାତ୍ରା କମିବନି। ୧୮ ଓ ୧୯ ତାରିଖରେ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ପାଗ ଆଂଶିକ ମେଘୁଆ ରହିବ। କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ।ସେହିପରି ଦେଶରୁ ମୌସୁମୀ ବାୟୁ ଫେରିଥିବା ବେଳେ ୧୭ ଓ ୧୮ ତାରିଖରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

 

Leave a Reply

Your email address will not be published. Required fields are marked *