ରାଜ୍ୟ

କୁହୁଳୁଛି ହିଂସା। ବଳି ପଡ଼ୁଛନ୍ତି ଶିକ୍ଷକ ।

Spread the love

ସ୍ଥାନୀୟ ଲୋକ ଓ ସରକାରଙ୍କ ନାଲି ଆଖିକୁ ଦେଖି ଅଗଷ୍ଟ ୫ ତାରିଖରୁ ବର୍ତ୍ତମାନ ସୁଦ୍ଧା ୫୦ ଜଣ ଶିକ୍ଷକ ଚାକିରି ଛାଡ଼ି ସାରିଲେଣି ।କୁହୁଳୁଛି ହିଂସା । ବଳି ପଡ଼ୁଛନ୍ତି ଶିକ୍ଷକ । କଡ଼ା ଦାଗିଦ୍‌ । ଶୀଘ୍ର ଚାକିରି ଛାଡ଼ନ୍ତୁ । ଆଉ ଅନ୍ୟାୟ ନସହିବାକୁ ପିଲାମାନଙ୍କୁ ଶିଖାଉଥିବା ଶିକ୍ଷକମାନେ ଆଖିବୁଜି ନିଜେ ଅନ୍ୟାୟ ଅତ୍ୟାଚାରକୁ ସହିଯାଉଛନ୍ତି ।ଏ ହିଂସାରେ ଜଳୁଥିବା ବାଂଲାଦେଶର କଥା । ବଂଲା ଦେଶରେ ହିନ୍ଦୁଙ୍କ ପ୍ରତି ଅତ୍ୟାଚାରର ଖବର ଗତ କିଛି ଦିନ ହେବ ଥମିଥିବା ବେଳେ ପୁଣି ସାମ୍‌ନାକୁ ଆସିଛି ଏଭଳି ଘଟଣା । ଏବେ କେବଳ ସାଧାରଣ ଲୋକନୁହଁନ୍ତି ହିନ୍ଦୁ ଶିକ୍ଷକଙ୍କ ପ୍ରତି ଅତ୍ୟାଚାର କରାଯାଉଛି । ଜୋରଜବରଦସ୍ତି ସେମାନଙ୍କୁ ଚାକିରି ଛାଡ଼ିବାକୁ କୁହାଯାଉଛି । ଆଉ ସରକାରଙ୍କ ନାଲି ଆଖି କାରଣରୁ ଏଯାଏଁ ୫୦ ଜଣ ଶିକ୍ଷକ ନିଜର କାର୍ଯ୍ୟ ଛାଡ଼ି ଘରେ ବସିବାକୁ ବାଧ୍ୟ ହୋଇଛନ୍ତି ।

 

 

Leave a Reply

Your email address will not be published. Required fields are marked *