କେଦାରନାଥରେ ରିଲ୍ସ କରିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ
ଗତ କିଛି ଦିନ ତଳେ କେଦାରନାଥ ଧାମରୁ ଜଣେ ପ୍ରଶିଦ୍ଧ ୟୁଟ୍ୟୁବର ମହିଳାର ପ୍ରପୋଜ ଭିଡିଓ ଭାଇରାଲ ହୋଇଥିଲା। ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା। ଏହାପରେ ବଦ୍ରୀ-କେଦାର ମନ୍ଦିର ସମିତି ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସମିତି କହିଛି ଯେ, ଯଦି ଏହାପରେ କୌଣସି ବ୍ୟକ୍ତି ଧାମରେ ଭିଡିଓ, ରିଲ୍ସ କରିବାର ନଜରକୁ ଆସନ୍ତି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ସମ୍ବନ୍ଧରେ ମନ୍ଦିର ସମିତି ପକ୍ଷରୁ ପୋଲିସ୍ କୁ ଚିଠି ଲେଖାଯାଇ ଜଣାଯାଇଥିଲା। ବଦ୍ରିନାଥ କେଦାରନାଥ ମନ୍ଦିର କମିଟିର ଦାବିକୁ ପ୍ରଶାସନ ଗୁରୁତର ସହ ନେଇଛି। ଆସୁଥିବା ଦିନମାନଙ୍କରେ ପ୍ରଶାସନ ତରଫରୁ କେଦାରନାଥ ଧାମରେ ମୋବାଇଲ୍ ଉପରେ କଟକଣା ଲାଗିବା ନେଇ ସମ୍ଭାବନା ଉପୁଜୁଛି। ପୋଲିସ୍ କୁ ଦିଆଯାଇଥିବା ଚିଠିରେ ମନ୍ଦିର କମିଟି ଦର୍ଶାଇଛି ଯେ ଧାମରେ କରାଯାଉଥିବା ରିଳ୍ସ-ଭିଡିଓ ଦ୍ୱାରା ଧାର୍ମିକ ଭାବନା ଆଘାତ ପାଇଛି। ୟୁଟ୍ୟୁବ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର କେଦାରନାଥ ଧାମର ମନ୍ଦିର କମ୍ପ୍ଲେକ୍ସରେ ଧାର୍ମିକ ଭାବନାକୁ ଆଘାତ ଦେଇଛି। ପୋଲିସକୁ ଚିଠିରେ କୁହାଯାଇଛି ଯେ କେଦାରନାଥ ମନ୍ଦିର କମ୍ପ୍ଲେକ୍ସରେ ଭିଡିଓ ସମ୍ପର୍କରେ ଏଭଳି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
