ରାଜ୍ୟ

ସାପ କାମୁଡ଼ାରେ ପୁଅ ମୃତ, ମାଆ ଗୁରୁତର !

Spread the love

ବଣାଇ:  ମାଆ ପାଖରେ ଶୋଇଥିଲା ପୁଅ । ଚାଲିଗଲା ଜୀବନ । ସାପ କାମୁଡ଼ାରେ ପୁଅ ମୃତ, ମାଆ ଗୁରୁତର ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ବଡଚୂହାଁ ଗାଁରେ ହୃଦୟ ବିଦାରକ ଘଟଣା ଘଟିଛି । ଗାଁର ରଥ କୁହ୍ଲ ଖଟିଆରେ ଶୋଇଥିବାବେଳେ ତାଙ୍କ ସ୍ତ୍ରୀ ଓ ୪ ବର୍ଷର ପୁଅ ତଳେ ଶୋଇଥିଲେ । ଭୋର ୩ଟା ବେଳେ ମାଆ, ପୁଅଙ୍କୁ ସାପ କାମୁଡିଥିଲା । ଉଭୟ ଚିତ୍କାର କରିବାରୁ ତୁରନ୍ତ ବଣାଇ ଉପଖଣ୍ଡ ମେଡିକାଲ ନିଆଯାଇଥିଲା । ସେଠାରେ ଶିଶୁଟିର ମୃତ୍ୟୁ ହୋଇଥିବାବେଳେ ମାଆ ଗୁରୁତର ଅଛନ୍ତି । ତାଙ୍କୁ ରାଉରକେଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *