୧୭ ଟି ତେଲିଆ ଭେକ୍ଟି ମାଛ ବିକ୍ରି ହେଲା ୭୦ଲକ୍ଷରେ
ଭୋଗରାଇ : ବାଲେଶ୍ଵର ଜିଲା ସୀମାନ୍ତ ଦୀଘା ମୁହାଣ ମାଛ ମାର୍କେଟରେ ମଙ୍ଗଳବାର ୮ ଓ ବୁଧବାର ୯ଟି ସାମୁଦ୍ରିକ ତେଲିଆ ଭେକଟି ମାଛ ୭୦ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ସୂଚନା ମିଳିଛି। ଓଡିଶା ଧାମରା ମୁହାଣଏବଂ ଦୀଘା ମୁହାଣରୁ ଏହି ମାଛଗୁଡିକ ଟ୍ରଲରରେ ମତ୍ସ୍ୟଜୀବୀଙ୍କ ଜାଲରେ ଦୀଘା ଧରାଯାଇ ମାଛ ମାର୍କେଟକୁ ବିକ୍ରି କରିବାକୁ
ଅଣାଯାଇଥିଲା। ୧୭ଟି ତେଲିଆ ମାଛ ୨୫ରୁ ୩୦କେଜି ଓଜନର ହୋଇଥିବା ବେଳେ କେଜି ପ୍ରତି ୩୧ରୁ ୩୩ହଜାର ଟଙ୍କାରେ ନିଲାମ କରାଯାଇ ୭୦ଲକ୍ଷ ଟଙ୍କାରେ ବିକ୍ରି
କରାଯାଇଥିଲା। କୋଲକାତା ଜି. କେ. ଡି ଏକ କମ୍ପାନୀ ଏହି ବିରଳ ମୂଲ୍ୟବାନ ମାଛକୁ କିଣିନେଇଛି। ଧରାଯାଇଥିବା ତେଲିଆ ଭେକ୍ଟି। ବିଦେଶରେ ଏହି ମାଛର ମୂଲ୍ୟ
ଅଧିକ ଥିବା ବେଳେ ମାଛର ରକ୍ତରୁ ଔଷଧଜନିତ କ୍ୟାପସୁଲ ଏବଂ ଏକ ସୂତା କଢ଼ାଯାଇ ମଣିଷ ଶରୀରରେ ଅସ୍ତ୍ରୋପଚାର ଉଦ୍ଦିଷ୍ଟ ହେଉଥିବା କୁହାଯାଇଛି। ଅପରପକ୍ଷରେ ଚଳିତବର୍ଷ ସମୁଦ୍ରରେ ପ୍ରଥମରୁ ଇଲିସି ଓ ତେଲିଆ ଭେକଟି ମତ୍ସ୍ୟଜୀବୀଙ୍କ ଜାଲରେ ଧରାଦେଉଥିବାରୁ ମତ୍ସ୍ୟଜୀବୀ, ଟ୍ରଲର ମାଲିକ ଓ ବ୍ୟବସାୟୀଙ୍କ ପୁଷମାସ ସଦୃଶ ହୋଇଛି।

