ଶୁଣିଲାନି ସରକାର ଶୁଣିଲାନି ପ୍ରଶାସନ । ଶେଷରେ ନିଜ ସମସ୍ୟାର ସମାଧାନ ନିଜେ କଲେ ।ବାରମ୍ବାର ଏହି ରାହୁଲ ନଦୀ ଉପରେ ଏକ ବ୍ରିଜ ନିର୍ମାଣ ପାଇଁ ପ୍ରଶାସନ ଓ ସରକାରଙ୍କ ପାଖରେ ଦାବି କରି ଆସୁଛନ୍ତି କାଡିମାହା ଗ୍ରାମବାସୀ । କିନ୍ତୁ ଆଜି ଯାଇଁ ବ୍ରିଜ ନିର୍ମାଣ ନେଇ କୌଣସି ପଦକ୍ଷେପ ନିଆନଯିବାରୁ ଶେଷରେ ବାଧ୍ୟ ହୋଇ ମାଓ ପ୍ରବଣ ଅଂଚଳରେ ଆଗକୁ ଆସିଲେ ୪୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର । ବର୍ଷ ବର୍ଷ ଧରି ଦୁର୍ଦ୍ଦଶା ଭୋଗିବା ପରେ ଶେଷରେ ଏକତ୍ରିତ ହେଲେ । ସମସ୍ତଙ୍କ ସହଯୋଗରେ ନିର୍ମାଣ କଲେ ଚିରସ୍ରୋତା ରାହୁଲ ନଦୀ ଉପରେ ଏକ କାଠର ପୋଲ । ଯେଉଁ କାଠ ପୋଲ ସାଜିଛି ଚିରସ୍ରୋତା ରାହୁଲ ନଈ ପାରି ହେବା ପାଇଁ ଏବେ ସାହା ଭରସା ।। ଯେଉଁ ନଦୀ ପାର୍ ହେଲେ ହିଁ ପଡେ ଅଙ୍ଗନବାଡି କେନ୍ଦ୍ର, ସ୍କୁଲ, ପଂଚାୟତ କାର୍ଯ୍ୟାଳୟ ଓ ସ୍ୱାସ୍ଥ୍ୟ ସେବା ନିମନ୍ତେ ତୁମୁଡିବନ୍ଧ ମେଡିକାଲ । ପ୍ରତିଟି କାର୍ଯ୍ୟ ରେ ପ୍ରତିବନ୍ଧକ ହୋଇ ଦାଉ ସାଜୁଛି ଏହି ରାହୁଲ ନଦୀ ।
