ଗଞ୍ଜାମ ଜିଲ୍ଲାରେ ବାଘ ଆତଙ୍କ
ବ୍ରହ୍ମପୁର ନିକଟ ନିଷ୍ଟ କଲେଜ ପାଖ ୧୬ ନମ୍ବର ଜାତୀୟ ରାଜପଥରେ ମହାବଳ ବାଘ ରାସ୍ତା ଅତିକ୍ରମ କରୁଥବା ଫୁଟେଜ ଜଣେ ପର୍ଯ୍ୟଟକଙ୍କ କାରରେ ଲାଗିଥିବା କ୍ୟାମେରାରେ କଏଦ ହୋଇଛି ।ଗତ ୨୫ ତାରିଖରୁ ମହାବଳ ବାଘ ଗଞ୍ଜାମରେ ବୁଲୁଥିବା ନେଇ ACF କହିଥିଲେ । ନରସିଂହଗଡ଼ ଗାଁ ନିକଟ ଜଙ୍ଗଲରେ ମହାବଳ ବାଘର ପାଦଚିହ୍ନ ଠାବ ହୋଇଥିଲା ।ବାଘର ଗତିବିଧି ଜଣାପଡ଼ିବା ପରେ ବ୍ରହ୍ମପୁରର ଏସିଏଫ ରୁଦ୍ର ପ୍ରସାଦ ରଥ ଓ ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ଦିବ୍ୟରଂଜନ ସାହୁ ସମେତ ବନବିଭାଗ ସ୍କ୍ବାଡ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ପରେ ପାଦଚିହ୍ନ ମହାବଳ ବାଘର ବୋଲି ଏସିଏଫ ରୁଦ୍ର ପ୍ରସାଦ ରଥ ସ୍ପଷ୍ଟ କରିଥିଲେ । ନଜର ରଖିବା ପାଇଁ ୨ଟି ଟ୍ରାପ କ୍ୟାମେରା ଲଗାଯାଇଥିଲା ।
