ରାଜ୍ୟ

ଶିମିଳିପାଳ କୋର୍ ଅଞ୍ଚଳକୁ ଗଲା ବାଘୁଣୀ

Spread the love

ଶିମିଳିପାଳ ଅଭୟାରଣ୍ୟକୁ ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଏକ ବାଘୁଣୀକୁ ଅଣାଯାଇଛି। ଆଜି ସେହି ବାଘୁଣୀଟିକୁ ସିମିଳିପାଳ କୋର୍ ଅଞ୍ଚଳରେ ଛଡାଯାଇଛି ।ବାଘୁଣୀ ଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା କଥା  ବନ୍ୟପ୍ରାଣୀ ପିସିସିଏଫଙ୍କ ପକ୍ଷରୁ ସୂଚନା ମିଳିଛି।ଗତ ଦଶ ବର୍ଷରେ ରାଜ୍ୟରେ ମୋଟ ୫୫ଟି ବାଘଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରୁ ୨୩ଟି ବାଘଙ୍କୁ ଶିକାରୀ ହତ୍ୟା କରିଛନ୍ତି। ରାଜ୍ୟରେ ବାଘବଂଶ ବୃଦ୍ଧି ପାଇଁ ସରକାର ବିଭିନ୍ନ ପ୍ରଦେଶରୁ ବାଘ ଆଣି ରାଜ୍ୟର ଅଭୟାରଣ୍ୟଗୁଡ଼ିକରେ ଛାଡ଼ିବା ପାଇଁ ଯୋଜନା କରିଛନ୍ତି।

୨୦୨୪ରେ କରାଯାଇଥିବା ରାଜ୍ୟସ୍ତରୀୟ ବାଘ ଗଣନା ଅନୁଯାୟୀ, ଓଡ଼ିଶାରେ ସମୁଦାୟ ୨୭ଟି ରୟାଲ ବେଙ୍ଗଲ ବାଘ ଦେଖିବାକୁ ମିଳିଥିଲା। ସେଥିମଧ୍ୟରୁ ୨୪ଟି ଶିମିଳିପାଳ ଟାଇଗର ରିଜର୍ଭ, ଗୋଟିଏ କେନ୍ଦୁଝର ୱାଇଲ୍ଡ ଲାଇଫ ଡିଭିଜନ, ଗୋଟିଏ ପାରଳାଖେମୁଣ୍ଡି ଏବଂ ଗୋଟିଏ ହୀରାକୁଦ ୱାଇଲ୍ଡ ଲାଇଫ ଡିଭିଜନରେ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *