ଜୀବନଚର୍ଯ୍ୟା

ଆଲୋକର ପର୍ବ ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାକୁ କରନ୍ତୁ ଏହି ଉପାୟ

Spread the love

ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଏହି ପର୍ବ ପାଳନ ପୂର୍ବରୁ ଘରଦ୍ୱାର ସଫାସୁତୁରା କରିବାର ପରମ୍ପରା ରହିଛି । କାରଣ ଦୀପାବଳିରେ ମା’ଲକ୍ଷ୍ମୀ, ଶ୍ରୀଗଣେଶଙ୍କୁ ପୂଜା କରାଯାଏ । ଭାରତର ପୂର୍ବାଞ୍ଚଳରେ ଅବଶ୍ୟ ଦୀପାବଳିରେ ମା’ କାଳୀଙ୍କୁ ପୂଜା କରାଯାଇଥାଏ । ତେବେ ମା’ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରି । ଦୀପାବଳି ପୂର୍ବରୁ ଘରୁ କେତେକ ଜିନିଷ ବାହାର କରିଦେବା ଆବଶ୍ୟକ ।ଆସନ୍ତୁ ଜାଣିବା –

-ଘରେ ଭଙ୍ଗା କାଚ ସାମଗ୍ରୀ ଥିଲେ, ତାହାକୁ ବାହାର କରିଦେବା ଭଲ । ଭଙ୍ଗା କାଚ ସାମଗ୍ରୀ ରହିଲେ ନକରାତ୍ମତା ବଢ଼ିଥାଏ |

-କାନ୍ଥ ଘଣ୍ଟା ଅବା ହାତ ଘଣ୍ଟା ଯଦି ବନ୍ଦ ହୋଇପଡ଼ିଥାଏ ତେବେ ତାକୁ ଶୀଘ୍ର ସଜାଡି ଆଣନ୍ତୁ ।ବନ୍ଦ ଘଡ଼ିର ନକରାତ୍ମକ ପ୍ରଭାବରେ ପରିବାରରେ କ୍ଲେଶ ବଢିଥାଏ ।

-ଭାଙ୍ଗିଯାଇଥିବା ଦେବଦେବୀଙ୍କ ମୂର୍ତ୍ତିକୁ ଘରେ ସ୍ଥାନ ଦେବା ଅନୁଚିତ । ଏହା ଦୁର୍ଭାଗ୍ୟକୁ ପ୍ରଶ୍ରୟ ଦେଇଥାଏ ବୋଲି ବାସ୍ତୁ ଶାସ୍ତ୍ରର ମତ ।

ମା’ଲକ୍ଷ୍ମୀଙ୍କ ନିକଟରେ ପ୍ରଜ୍ୱଳିତ ଦୀପଗୁଡ଼ିକ ମଧ୍ୟରୁ ଗୋଟିଏ ଘିଅ ଦୀପ ଜଳାଇବା ଦରକାର । ଏହି ଦୀପଟି ଅନ୍ୟ ଦୀପଗୁଡ଼ିକଠାରୁ ଆକାରରେ ବଡ଼ ହୋଇଥିବ ଏବଂ ଏହା ଚଉମୁଖୀ ହୋଇଥିବା ଉଚିତ । ଦୀପର ବତୀରେ ନିଆଁ ଧରାଇବାବେଳେ ଗୋଟିଏ ଦୀପରୁ ଅନ୍ୟ ଦୀପରେ ନିଆଁ ଧରାନ୍ତୁ ନାହିଁ । ବରଂ ମହମବତୀ ଅବା ଲାଇଟର ଜରିଆରେ ଦୀପରେ ନିଆଁ ଧରାନ୍ତୁ । ଏପରି ନକଲେ ଧନହାନିର ସମ୍ଭାବନା ରହିଥାଏ ବୋଲି ବିଶ୍ୱାସ ରହିଛି ।

Leave a Reply

Your email address will not be published. Required fields are marked *