Politicsରାଜ୍ୟ

ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ତିନି ବରିଷ୍ଠ ନେତା : ଶିବରାଜ ସିଂହ ଚୌହ୍ୱାନ, ନୀତିନ ଗଡ଼କରି ଓ ରାଜନାଥ ସିଂହ

Spread the love

ଭୁବନେଶ୍ବର : ୨୦୨୪ ନିର୍ବାଚନ ପାଇଁ ତତ୍ପର ବିଜେପି ଶିବିର। ଓଡ଼ିଶା ମୁହାଁ ଏବେ କେନ୍ଦ୍ରୀୟ ନେତୃତ୍ୱ । ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ଦଳର ବରିଷ୍ଠ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ। ସେ କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ସମୀକ୍ଷା କରିବେ।

ଏହାପରେ ୧୫ ତାରିଖରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ମଧ୍ୟ ଓଡ଼ିଶା ଆସିବେ। ସେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୁରୀ ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବେ। ଗଡ଼କରୀଙ୍କ ପରେ ୨୨ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେ ଅନେକ ଗୁଡିଏ କାର୍ଯ୍ୟକ୍ରମରେ ଯୋଗଦେବେ। ସେହିପରି ମାସ ଶେଷ ବେଳକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଓଡ଼ିଶା ଆସିପାରନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ।

Leave a Reply

Your email address will not be published. Required fields are marked *