ଲୋକଙ୍କୁ ନକଲି ମାଉଜର୍ ଦେଖାଇ ଆତଙ୍କ ସୃଷ୍ଟି
ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ତିରିଗୋଛା ଗାଁରେ ଏକ ଭୋଜି ଚାଲିଥିବା ବେଳେ ଦ୍ରୁତ ବେଗରେ ବାଇକ୍ ଚଳାଇ ଯାଉଥିବାରୁ, ଗାଁର କିଛି ଲୋକଙ୍କ ସହ ଝଗଡା ହୋଇଥିଲା । ଏହାକୁ କେନ୍ଦ୍ରକରି ସୁଧିର ଧରିଥିବା ନକଲି ମାଉଜର ଦେଖାଇ, ଲୋକଙ୍କୁ ଭୟଭୀତ କରିଥିଲା ।ପରେ ସ୍ଥାନୀୟ ଲୋକେ ସଂପୃକ୍ତ ଯୁବକକୁ କାବୁ କରି ଧରିଥିଲେ ଏବଂ ପୋଲିସରେ ଦେଇଥିଲେ ।
