ପେନସନ୍ ସମ୍ବନ୍ଧୀୟ ସରକାରୀ ନିର୍ଦ୍ଦେଶ
ସରକାରୀ କର୍ମଚାରୀଙ୍କ ପାଇଁ ପେନସନ୍ ସହିତ ଜଡିତ ଏକ ବଡ ଘୋଷଣା ସରକାରଙ୍କ ପକ୍ଷରୁ କରାଯାଇଛି। ପେନସନଭୋଗୀ କଲ୍ୟାଣ ବିଭାଗ ଏକ ନୂତନ ନିୟମ ଜାରି କରିଛି। ବର୍ତ୍ତମାନଠାରୁ ପେନସନ୍ ପାଇବାକୁ ଯୋଗ୍ୟ ପରିବାର ସଦସ୍ୟଙ୍କ ତାଲିକାରୁ ଝିଅର ନାମ ହଟାଯାଇପାରିବ ନାହିଁ। ସେଣ୍ଟ୍ରାଲ୍ ସିଭିଲ୍ ସର୍ଭିସେସ୍ (ପେନଦନ୍) ନିୟମ ୨୦୨୧ ଅନୁଯାୟୀ, ଯଦି ପରିବାରରେ ସାବତ ଝିଅ ଅବା ପୋଷ୍ୟ ଝିଅଙ୍କୁ ଛାଡି ଅବିବାହିତ, ବିବାହିତ ଏବଂ ବିଧବା ଝିଅମାନେ ଅଛନ୍ତି, ତେବେ ସେମାନଙ୍କର ନାମ ଏଥିରେ ଅନ୍ତର୍ଭୁକ୍ତ ହେବ। ଯଦି ଘରେ ଜଣେ ଦିବ୍ୟାଙ୍ଗ ପିଲା ଅଛନ୍ତି, ତେବେ ତାଙ୍କୁ ପେନସନ୍ ନେବା ପାଇଁ ପ୍ରଥମ ଅଧିକାର ଦିଆଯିବ। ଏହା ବ୍ୟତୀତ ଝିଅ (ମାନସିକ କିମ୍ବା ଶାରୀରିକ ଦିବ୍ୟାଙ୍ଗତା ଭୋଗୁଥିବା ବ୍ୟକ୍ତିଙ୍କ ବ୍ୟତୀତ)ଙ୍କର ବିବାହ ନ ହେବା ପର୍ଯ୍ୟନ୍ତ କିମ୍ବା ଆର୍ଥିକ ଦୃଷ୍ଟିରୁ ସଶକ୍ତି ନ ହେବା ପର୍ଯ୍ୟନ୍ତ ପେନସନ୍ ପାଇପାରିବେ।
