ଜଳି ପୋଡ଼ି ପାଉଁଶ ହୋଇଗଲା ଏକର ଏକର ଆଖୁ ଚାଷ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମଠକରଗୋଳା ଗାଁରେ ଏହି ଅଗ୍ନିକାଣ୍ଡ ଘଟିଛି । ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଅଳ୍ପ ସମୟରେ ନିଆଁ ବ୍ୟାପିଯାଇ ନିକଟରେ ଥିବା ଚାଳିଶ ଏକର ଜମିରେ ଲାଗିଥିବା ଆଖୁ ଗୁଡିକୁ ପୋଡି ପାଉଁଶ କରିଦେଇଛି ।ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ |ସୂଚନା ପାଇ ଘଟଣାସ୍ଥଳରେ କାମାକ୍ଷାନଗର ଓ ଭୁବନ ଅଗ୍ନିଶମ ବାହିନୀର ୩ ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇଥିଲେ । ସେପଟେ ଅମଳ ହେବାକୁ କମ ସମୟ ଥିବାବେଳେ ଏଭଳି କ୍ଷତି ଚିନ୍ତାରେ ପକାଇଛି ଏହି ଚାଷୀଙ୍କୁ ।

