ରାଜ୍ୟ

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଢେଙ୍କାନାଳ ଜିଲ୍ଲା , ଆକର୍ଷଣ ସାଜିଛି ପାହାଡ଼ି ଝରଣା

Spread the love

ପ୍ରାକୃତିକ  ସୌନ୍ଦର୍ଯ୍ୟର ଗନ୍ତାଘର ଢେଙ୍କାନାଳ ଜିଲ୍ଲା  କଙ୍କଡ଼ାହାଡ଼ ବ୍ଲକ୍‌ ଫୁଲଝର ଗାଁ ହଦହଦି ।  ସବୁଜ ବନାନୀ ପରିବେଶରେ କୁଳୁକୁଳୁ  ନାଦରେ ବୋହି ଯାଉଥିବା ପାହାଡ଼ି ଝରଣା ସାଜିଛି ଆକର୍ଷଣର କେନ୍ଦ୍ରବିନ୍ଦୁ । ମନୋରମ  ପରିବେଶରେ ବଣଭୋଜି କରିବାକୁ ଲୋକଙ୍କ  ଭିଡ଼ ଜମିଲାଣି । ଲୋକେ ସପରିବାରେ ଏଠାରେ  ବଣଭୋଜି କରିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟର  ଭରପୁର ମଜା ଉଠାଉଛନ୍ତି । ଝରଣା ପାଣିରେ  ସ୍ନାନ କରି ଉଲ୍ଲସିତ ହେଉଛନ୍ତି । ନଭେମ୍ବରରୁ ଫେବୃଆରୀ  ମାସ ପର୍ଯ୍ୟନ୍ତ ଏଠାରେ ବଣଭୋଜି ପାଇଁ ଭିଡ଼  ଲାଗିଥାଏ । ବର୍ଷର ଅନ୍ୟ ସମୟରେ ମଧ୍ୟ  ଭୋଜିଭାତର ଆସର ଜମିଥାଏ । ଲୋକେ  ସପରିବାରେ ଏହି ମନୋରମ ସ୍ଥାନକୁ ବୁଲି  ଆସିଥାନ୍ତି । ନିକଟରେ  ଥିବା ବନଦୁର୍ଗାଙ୍କ ପୀଠରେ ପୂଜାର୍ଚ୍ଚନା କରି  ଏହି ଝରଣାରେ ସ୍ନାନ କଲେ ଚର୍ମରୋଗରୁ  ମୁକ୍ତି ମିଳିଥାଏ ବୋଲି ସ୍ଥାନୀୟ ଲୋକଙ୍କ  ବିଶ୍ୱାସ ରହିଛି ।

Leave a Reply

Your email address will not be published. Required fields are marked *