ପୁଣି ଏମ୍କେସିଜିରେ ଜୁନିୟର୍ଙ୍କୁ ରାଗିଂ ଅଭିଯୋଗ
ଏମ୍ବିବିଏସ୍ ସିନିୟର ପିଲାମାନେ ଜୁନିୟରଙ୍କୁ ରାଗିଂ କରିଥିବା ନ୍ୟାସନାଲ ମେଡିକାଲ କାଉନ୍ସିଲ୍ ଆଣ୍ଟି ରାଗିଂ ସେଲ୍କୁ ଇ-ମେଲରେ ଅଭିଯୋଗ କରିଛନ୍ତି ବିଦ୍ୟାର୍ଥୀ । ସିନିଅର ପୁଅ ଓ ଝିଅ ମାନେ ଜୁନିୟର ମାନଙ୍କୁ ରାଗିଂ କରି ଖାତା ଲେଖିବାକୁ ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ତଦନ୍ତ କରାଯାଇଛି । ସୋମବାର କଲେଜରେ ଆଣ୍ଟି ରାଗିଂ ସେଲ ବୈଠକ ରଖାଯାଇଛି । ସେଠାକୁ ଜୁନିୟର ଓ ସିନିୟର ପିଲାଙ୍କୁ ମଧ୍ୟ ଡକାଯାଇଛି । ବେନାମୀ ଅଭିଯୋଗ ଥିବାରୁ କିଏ ଅଭିଯୋଗ କରିଛନ୍ତି ତାହା ମଧ୍ୟ ଜଣାପଡୁ ନାହିଁ । ଆଣ୍ଟି ରାଗିଂ ସେଲ ବୈଠକରେ ପିଲାଙ୍କୁ ବ୍ୟକ୍ତିଗତ ଭାବେ ଡାକି ପଚରାଯିବ ବୋଲି ରେଜିଷ୍ଟ୍ରାର କହିଛନ୍ତି ।ହଷ୍ଟେଲ ଅଭାବରୁ ଜୁନିୟର ପିଲାଙ୍କୁ ସିନିୟରଙ୍କ ସହ ରଖାଯାଉଛି । ଯାହାଫଳରେ ରାଗିଂ ହେଉଥିବା ଅଭିଯୋଗ ହେଉଛି । ବର୍ଷକ ଭିତରେ ୮ଟି ରାଗିଂ ଅଭିଯୋଗ ଆସିଥିବା ବେଳେ ଦୁଇଟି ଅଭିଯୋଗରେ ସତ୍ୟତା ଥିବା ଜଣାପଡିଛି । ଅନ୍ୟ କୌଣସି ଅଭିଯୋଗରେ ପ୍ରମାଣ ନଥିବାରୁ କାର୍ଯ୍ୟାନୁଷ୍ଠାନ ହୋଇପାରୁ ନାହିଁ ।

