ମହାନଗର

ରାଜ୍ୟ ବାହାରକୁ ଚୋରା ଚାଲାଣ ବେଳେ ଦେଢ କୋଟି ଟଙ୍କାର ରୂପା ଜବତ।

Spread the love

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଝୁରିପଡାରୁ ଏକ କାର୍‌ରୁ ଦେଢ କ୍ଵିଣ୍ଟାଲ୍ ରୂପା ଜବତ ହୋଇଛି। ସମ୍ବଲପୁର ସିଟି ଜିଏସଟି ବିଭାଗ ପକ୍ଷରୁ ଚଢାଉ କରାଯାଇ ଏହି ରୂପା ଜବତ କରାଯାଇଛି।

ସୂଚନାନୁଯାୟୀ, ଏକ କାର୍ ଯୋଗେ ଦେଢ କ୍ଵିଣ୍ଟାଲ ରୂପା ସମ୍ଵଲପୁରରୁ ରାଞ୍ଚି ଚୋରା ଚାଲାଣ ହେଉଥିଲା। ଏନେଇ ଖବର ପାଇ ସିଟି ଜିଏସଟି ବିଭାଗ ଚଢାଉ କରି ରେଙ୍ଗାଲି ଝୁରିପଡାରୁ ଏକ କାର୍‌ରୁ ଦେଢ କ୍ଵିଣ୍ଟାଲ ରୂପା ଜବତ କରିଛି। ଜବତ ରୂପାର ମୂଲ୍ୟ ପ୍ରାୟ ଦେଢ଼କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସମ୍ବଲପୁର GST କାର୍ଯ୍ୟାଳୟରେ ଜବତ ରୂପାର ଓଜନ କରାଯାଉଛି।

Leave a Reply

Your email address will not be published. Required fields are marked *