ସୋଆରେ ଦୁଇ ଦିନିଆ ‘ବିକଶିତ ଭାରତ ଯୁବ ସଂସଦ ୨୦୨୫’ କାର୍ଯ୍ୟକ୍ରମ
ଖୋର୍ଦ୍ଧା ଜିଲ୍ଲା ପାଇଁ ଆରମ୍ଭ ହେବାକୁ ଯାଉଥିବା ସୋଆ ଏନ୍ଏସ୍ଏସ୍ ବ୍ୟୁରୋ ଦ୍ୱାରା ଆୟୋଜିତ ‘ବିକଶିତ ଭାରତ ଯୁବ ସଂସଦ ୨୦୨୫’ କାର୍ଯ୍ୟକ୍ରମ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) କ୍ୟାମ୍ପସର ବାଂଶୁରୀଗୁରୁ ଅଡିଟୋରିୟମ୍ରେ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଖୋର୍ଦ୍ଧା ଜିଲ୍ଲା ପାଇଁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟକୁ ‘ବିକଶିତ ଭାରତ ଯୁବ ସଂସଦ ୨୦୨୫’ର ନୋଡାଲ କେନ୍ଦ୍ର ଭାବେ ଚୟନ କରିଥିବାରୁ ନେହେରୁ ଯୁବ କେନ୍ଦ୍ର ସଂଗଠନ ଭୁବନେଶ୍ୱର ଓ ଏନ୍ଏସ୍ଏସ୍ ଭୁବନେଶ୍ୱରକୁ ସାଧୁବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ସୋଆ ଆଉଟ୍ରିଚ୍ ନିର୍ଦ୍ଦେଶକ ତଥା ଏନ୍ଏସ୍ଏସ୍ ବ୍ୟୁରୋର କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ଡକ୍ଟର ନଚିକେତା ଶର୍ମା ସମସ୍ତ ଅତିଥିବୃନ୍ଦଙ୍କୁ ସ୍ୱାଗତ କରି ସେମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏନଏସ୍ଏସ୍ ଭୁବନେଶ୍ୱରର ଯୁବ ଅଧିକାରୀ ଅଜିତ କୁମାର ଯୁବ ସଂସଦ କାର୍ଯ୍ୟକ୍ରମର ଗଠନ ଉପରେ ବକ୍ତବ୍ୟ ରଖିଥିଲେ ।

