ଏଚ୍ଏଲ୍ସିଏ ବୈଠକରେ 10 ପ୍ରକଳ୍ପକୁ ମଞ୍ଜୁରୀ
ଭାରତର ନିବେଶ ହବ୍ ଭାବେ ସ୍ଥିତି ମଜଭୁତ କରୁଛି ଓଡ଼ିଶା । ଏହି କ୍ରମରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ୪୦ତମ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍ଏଲ୍ସିଏ)ଙ୍କ ବୈଠକରେ ୧୦ଟି ପ୍ରମୁଖ ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହା ମାଧ୍ୟମରେ ରାଜ୍ୟକୁ ଆସିବ ୧,୬୫,୩୦୩ କୋଟିର ନିବେଶ । ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ସୃଷ୍ଟି ହେବ ୫୨,୦୦୦ ନିଯୁକ୍ତି । ଇସ୍ପାତ, ଆଲୁମିନିୟମ, ବିଦ୍ୟୁତ୍ ଉତ୍ପାଦନ, ଗ୍ରୀନ୍ ହାଇଡ୍ରୋଜେନ୍, ଇଞ୍ଜିନିୟରିଂ ସାମଗ୍ରୀ ଏବଂ ସବୁଜ ଶକ୍ତି ଉପକରଣ ଆଦି ପ୍ରମୁଖ କ୍ଷେତ୍ରରେ ଏହି ପ୍ରକଳ୍ପଗୁଡ଼ିକ ଆସିବାକୁ ଯାଉଛି । ଭଦ୍ରକ, କଟକ, ଗଞ୍ଜାମ, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ ଏବଂ ରାୟଗଡ଼ା ଆଦି ୭ଟି ଜିଲ୍ଲାରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବ ।

