ନବବର୍ଷରୁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ୍ କାର୍ଡ
ନବବର୍ଷରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ । ସେଥିପାଇଁ ନଭେମ୍ୱର ମାସ ସୁଦ୍ଧା ଇ- କେୱାଇସି ଯାଞ୍ଚ ସରିବ । ଇ-କେୱାଇସି ପଞ୍ଜୀକରଣ ସରିବା ପରେ ଖାଉଟିଙ୍କୁ ନୂଆ ରାସନ କାର୍ଡ ବଣ୍ଟାଯିବ । ପାଖାପାଖି ସାଢ଼େ ୩ କୋଟି ଲୋକଙ୍କ ଇ-କେୱାଇସି ପଞ୍ଜୀକାରଣ ହେବ । ଏହି ପ୍ରକ୍ରିୟା ସରିବା ପରେ ଯାଞ୍ଚ କରାଯାଇ ଅଯୋଗ୍ୟ କାର୍ଡଧାରୀଙ୍କୁ ହଟାଯିବ । କେବଳ ଯୋଗ୍ୟ ଖାଉଟିଙ୍କୁ ବଛାଯାଇ ସେମାନଙ୍କୁ ନୂଆ ରାସନ କାର୍ଡ ମିଳିବ । ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନଙ୍କର ଯାଞ୍ଚ୍ କରାଯାଇ ସ୍ୱତନ୍ତ୍ର ଟିମ୍ ଘର ଘର ବୁଲି ସମ୍ପୃକ୍ତ ବ୍ୟକ୍ତି କାହିଁକି ଇ-କେୱାଇସି କରିନାହାନ୍ତି ତାକୁ ଅନୁଧ୍ୟାନ କରିବେ ।
